କନକ ବ୍ୟୁରୋ : କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । କୋଟିଆରେ ଜଗନ୍ନା ସୁରକ୍ଷା ଯୋଜନାରେ କିଟ୍ ବାଂଟିଲେ ଆନ୍ଧ୍ର ଅଧିକାରୀ । ଓଡ଼ିଶାର ନାରେଡିବାଲସାରେ ସରକାରୀ କାର୍ଯ୍ୟକ୍ରମ କରି ୪ ଟି ଗାଁର ଲୋକଙ୍କୁ ଏକାଠି କରି ପ୍ରଲୋଭିତ କରାଯାଇଛି । ନିଜେ ସାଲୁର ବିଡିଓ ରାମାଦେବୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଓଡ଼ିଶା ଲୋକଙ୍କୁ ସୁରକ୍ଷା କିଟ୍ ବଣ୍ଟନ କରିଛନ୍ତି । ସ୍ଥାନୀୟ ଗଞ୍ଜେଇପଦର, ଧୂଳିପଦର, ସେମ୍ବି ଓ କୋଟିଆ ଗାଁର ଲୋକଙ୍କୁ ଗାଡିରେ କାର୍ଯ୍ୟକ୍ରମ ସ୍ଥଳକୁ ଅଣାଯାଇଥିଲା । ଆନ୍ଧ୍ରପ୍ରଦେଶରୁ ପ୍ରତିନିଧିତ୍ୱ କରୁଥିବା ଜନପ୍ରତିନିଧି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆନ୍ଧ୍ରର ସରକାରୀ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ ।

Advertisment

ସବୁଠୁ ବଡ଼ କଥା ହେଉଛି ଗୁରୁବାର ଅପରାହ୍ଣ ୨ଟାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ କୋଟିଆ ପୁଲିସ କିମ୍ବା ପ୍ରଶାସନ ସେଠାକୁ ଯାଇନଥିଲା । କାରଣ ଓଡ଼ିଶା ପୁଲିସ ଓ ପ୍ରଶାସନ ପାଖରେ ଏନେଇ କୌଣସି ସୂଚନା ନଥିଲା । ବାରମ୍ବାର ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରୁଥିଲେ ବି ଗୁଇନ୍ଦା ବିଫଳତା ଯୋଗୁ ପ୍ରଶାସନ କୌଣସି ସୂଚନା ପାଇପାରୁନଥିବା କୁହାଯାଉଛି ।