କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଗିରଫ । ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଛି ସିଆଇଡି । ସ୍କିଲ ଡେଭଲପମେଣ୍ଟ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ପ୍ରଥମେ ୱାରେଣ୍ଟ ଜାରି କରିଥିଲା ସିଆଇଡି ।

Advertisment

ଏହାର କିଛି ସମୟ ପରେ ରାତି ପାଖାପାଖି ୩ଟା ସମୟରେ ତାଙ୍କୁ ଗିରଫ କରିବା ପାଇଁ ପହଞ୍ଚିଥିଲା ସିଆଇଡି । ନାନ୍ଦିଆଲରେ ରାଲି କରିବା ପରେ ରାତିରେ ସେଠାରେ ରହିଥିଲେ ଚନ୍ଦ୍ରବାବୁ ନାଇଡୁ । ସେହିଠାରେ ହିଁ ପହଞ୍ଚିଥିଲା ସିଆଇଡି । ଏହି ସମୟରେ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥକ ବିରୋଧ କରିଥିଲେ । ଗିରଫଦାରୀକୁ ବିରୋଧ କରି ପ୍ରବଳ ହଙ୍ଗାମା କରିଥିଲେ । ଫଳରେ ସକାଳ ପ୍ରାୟ ୬ଟାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଥିଲା ସିଆଇଡି ।

ସ୍କିଲ ଡେଭଲପମେଣ୍ଟ ଦୁର୍ନୀତିକୁ ନେଇ ୨୦୨୧ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା । ତାଙ୍କ ଉପରେ ୨୫୦ କୋଟି ଠକେଇ ଅଭିଯୋଗ ହୋଇଥିଲା । ମାମଲାରେ ପୂର୍ବରୁ ୮ ଜଣଙ୍କ ଗିରଫ କରାଯାଇ ସାରିଛି । ଗିରଫ ପରେ ଆଜି ଚନ୍ଦ୍ରବାବୁ ନାଇଡୁଙ୍କୁ କୋର୍ଟରେ ହାଜର କରାଯିବ ।