କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି । ନେରିଡିବାଲସାରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କଲା ଆନ୍ଧ୍ର

230

କନକ ବ୍ୟୁରୋ : ଯେତେ ଯାହା କଲେ ବି କୋଟିଆ ଉପରୁ ହଟୁନି ଆନ୍ଧ୍ରପ୍ରଦେଶର ଆଖି । ବାରମ୍ବାର ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ କୋଟିଆ ଲୋକଙ୍କୁ ନିଜର କରିବା ପାଇଁ ଅପଚେଷ୍ଟା କରିଆସୁଛି ପଡୋଶୀ ରାଜ୍ୟ । ଏବେ କୋଟିଆର ନେରିଡିବାଲସାରେ ମେଗା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିଥିଲା ଆନ୍ଧ୍ର ପ୍ରଶାସନ । ୪ଶହ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ବିତରଣ କରିଛି ଆନ୍ଧ୍ର ସ୍ୱାସ୍ଥ୍ୟ ବିଭାଗ । ମାନ୍ୟମ ଜିଲ୍ଲାର ଅତିରିକ୍ତ ଏସପିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏହି ସ୍ୱାସ୍ଥ୍ୟ ଶିବିର । ସାଲୁର ଥାନା ପୁଲିସ ଏହାର ପରିଚାଳନା କରୁଥିଲେ । ଏହି କ୍ୟାମ୍ପ ଆଳରେ ଯୁବକମାନଙ୍କୁ ଛତା, ରାସନ, ଭଲିବଲ କିଟ୍ ସହ ବିଭିନ୍ନ ସାମଗ୍ରୀ ବାଂଟିଛି ଜଗନମୋହନ୍ ସରକାର   ।