କନକ ବ୍ୟୁରୋ: ପରୀକ୍ଷା ହଲରେ ଚାଲିଥିଲା ୧୦ମ ବୋର୍ଡ ପରୀକ୍ଷା ।ଘୁରୁଥିବା ସମୟରେ ହଠାତ୍ ଛାତରୁ ଖସିପଡିଲା ଫ୍ୟାନ୍ । ଫଳରେ ଛାତ୍ରଙ୍କ ମୁହଁରେ ବାଜି ଗୁରୁ୍ତର ହୋଇପଡିଛନ୍ତି । ଏପରି ଦୁର୍ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ଶ୍ରୀ ସତ୍ୟସାଇ ଜିଲ୍ଲାରେ । ତୁରନ୍ତ ଛାତ୍ରଙ୍କୁ ହସ୍ପିଟାଲ ନିଆଯାଇ ଆଶୁ ଚିକିତ୍ସା କରାଯିବା ପରେ ଛାତ୍ର ଜଣକ ପୁଣିଥରେ ଆସି ହଲରେ ପରୀକ୍ଷା ଦେଇଥିଲେ ।

Advertisment

ଏବିଷୟରେ ପରୀକ୍ଷା ସେଣ୍ଟର ହୋଇଥିବା ସ୍କୁଲର ପ୍ରିନ୍ସିପାଲଙ୍କୁ ପଚରାଯାଇଥିଲା । ଦୁର୍ଘଟଣାର ୨ ଦିନ ପୂର୍ବରୁ ହିଁ ସବୁ ଶ୍ରେଣୀ କକ୍ଷର ମରାମତି କାର୍ଯ୍ୟ ହୋଇଥିଲା । ପୁଣିଥରେ ସବୁ ମେଣ୍ଟେନାନ୍ସ କାମ କରାଯିବା ସହ ଯାଞ୍ଚ କାର୍ଯ୍ୟ କରାଯିବ ବୋଲି କହିଛନ୍ତି । ସ୍କୁଲରେ ଏପରି ଘଟଣା ପରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କୁ ବିରୋଧ କରିଛନ୍ତି ବିରୋଧୀ ।

ଏପ୍ରିଲ ୨୮ ତାରିଖରେ ମଧ୍ୟ ଏପରି ଏକ ଦୁର୍ଘଟଣା ଘଟିଥିଲା କର୍ଣ୍ଣୁଲରେ ଥିବା ଉର୍ଦ୍ଦୁ ସ୍କୁଲରେ । ଏଠାରେ ଏକ ଶ୍ରେଣୀ କକ୍ଷରେ ଫ୍ୟାନ ଛିଡିଯିବାରୁ ଦୁଇ ଛାତ୍ର ଆହତ ହୋଇଥିଲେ ।