ଗଜପତି ସୀମାରେ ଆନ୍ଧ୍ର-ଓଡିଶା ଗାଁବାସୀ ମୁହାଁମୁହିଁ : ସୀମାନ୍ତ ଗଙ୍ଗାବାଡ ପଂଟାୟତରେ ନଳକୂଳ ଖୋଳାକୁ ନେଇ ଉତ୍ତେଜନା; ସମାଧାନ ପାଇଁ ପ୍ରଶାସନର ପ୍ରସ୍ତୁତି

151

କନକ ବ୍ୟୁରୋ : ପୁଣି ସୀମାକୁ ନେଇ ବିବାଦ ତେଜିଛି । ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗ୍ରାମବାସୀ । ଫଳରେ ଲାଗି ରହିଛି ଉତ୍ତେଜନା । ଗଜପତି ଜିଲ୍ଲାର ସୀମାନ୍ତ ଗଙ୍ଗାବାଡ଼ ପଂଚାୟତର ରାସ୍ତାଘାଟ, ପାଣି, ଆଉ ପ୍ରାକୃତିକ ସମ୍ପଦକୁ ନେଇ ବିବାଦ ଲାଗି ରହିଛି । ପାନୀୟ ଜଳର ସମସ୍ୟାକୁ ସମାଧାନ କରିବା ପାଇଁ ଓଡ଼ିଶା ମାଟିରେ ପ୍ରଶାସନ ନଳକୂଅ ଖୋଳିଥିଲା । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ଗଙ୍ଗାବଡ଼ି ପଂଚାୟତର ନୂଆ ବାରଘର ନିକଟରେ ନଳକୂଅ ଖୋଳା ଯାଉଥିବା ବେଳେ ତା’ର ପ୍ରତିବାଦ କରିବାରୁ ମୁହାଁମୁହିଁ ହୋଇଥିଲେ ଆନ୍ଧ୍ର ଓ ଓଡ଼ିଶା ଗ୍ରାମବାସୀ । ଏହା ପରେ ପ୍ରଶାସନ ପହଁଚି ବିବାଦର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଆନ୍ଧ୍ର ପକ୍ଷରୁ କୌଣସି ଅଧିକାରୀ ଉପସ୍ଥିତ ନରହିବାରୁ ପୁଲିସ ଉପସ୍ଥିତିରେ ନଳକୂଅ ଖୋଳା କାର୍ଯ୍ୟ ଜାରି ରହିଛି ।