ଓଡିଶା-ଆନ୍ଧ୍ର ମଧ୍ୟରେ ସୀମା ବିବାଦକୁ ନେଇ ବୈଠକ । ବୈଠକ ପୂର୍ବରୁ ଚୁକ୍ତିରୁ ଓହରିଗଲା ଆନ୍ଧ୍ର ।

158

କନକ ବ୍ୟୁରୋ : ଓଡିଶା-ଆନ୍ଧ୍ର ମଧ୍ୟରେ ସୀମା ବିବାଦକୁ ନେଇ ଚାଲିଥିଲା ବୈଠକ । ବୈଠକ ପୂର୍ବରୁ ଚୁକ୍ତିରୁ ଓହରିଗଲା ଆନ୍ଧ୍ର । ୧୯୬୩ ସେଟେଲମେଣ୍ଟ ନକ୍ସା ଅନୁଯାୟୀ ହୋଇଥିଲା ଚୁକ୍ତି । ମାତ୍ର ଆଜି ଚୂଡାନ୍ତ ଚିହ୍ନଟ ପ୍ରକ୍ରିୟା ବେଳେ ଚୁକ୍ତିରୁ ଓହରିଗଲା ଆନ୍ଧ୍ର । ପୁଣି ଏକ ବୈଠକରେ ସମସ୍ୟାର ସମାଧାନ ପାଇଁ ଆନ୍ଧ୍ରର ଚୁକ୍ତି ।

ମାଡ଼୍ରାସ ପ୍ରେସିଡ଼େନସି ଶାସନ କାଳରେ ୧୯୬୩ ମସିହାରେ ସେଟେଲମେଂଟ ପକ୍ଷରୁ ସୀମା ଚିହ୍ନଟ କରି ୬ ଟି ପଥର ପୋତାଯାଇଥିଲା । ତାକୁ ନେଇ ସୀମା ନିର୍ଦ୍ଧାଣର ପ୍ରକୃତ ବାଟ ବୋଲି ଉଭୟ ରାଜ୍ୟ ମଧ୍ୟରେ ଗତ ୩ ତାରିଖରେ ହୋଇଥିବା ପ୍ରଥମ ବୈଠକରେ ହୋଇଥିିଲା ନିଷ୍ପତି । ସେହି ସମୟରେ ୨ ଟି ପଥର କୁ ନେଇ ସହମତି ହୋଇଥିଲା ଆଉ ୪ ଟି ପଥରକୁ ନେଇ ସହମତି ହେବାର ଆଶା ଦେଖାଦେଇଛି ।

ପୂର୍ବରୁ ଏହି ସୀମା ବିବାଦକୁ ନେଇ ଉଭୟ ରାଜ୍ୟର ସୀମାନ୍ତ ବାସୀଙ୍କ ମଧ୍ୟରେ ଉତେଜନା ଲାଗିରହିଥିଲା । ଏପରିକି ଆନ୍ଧ୍ରର ସୀମାନ୍ତ ବାସୀ ଓଡ଼ିଶା ସୀମାର ୬୦୦ ମିଟର ଭିତରକୁ ପଶି ଆସି ନିଜର ସୀମା ନିର୍ଦ୍ଧାରଣ କରି ସ୍ଥାନୀୟ ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କାମ ଆରମ୍ଭ କରିଥିଲା ଆନ୍ଧ୍ର । ଯାହକୁ ବିରୋଧ କରିଥିଲା ପରେ ବିବାଦ ଗଣ୍ଡଗୋଳର ରୂପ ନେଇଥିଲା ।