କୋଟିଆରୁ ନଜର ହଟାଉନି ଆନ୍ଧ୍ର : ଫଗୁସିନେରୀରେ ବୃଦ୍ଧାଙ୍କୁ ଟଙ୍କା ବାଞ୍ଚୁଛନ୍ତି ଆନ୍ଧ୍ର ପୁଲିସ ଅଧିକାରୀ

ମାସିକ ପାରିଶ୍ରମିକ ଦେଇ ଲୋକଙ୍କୁ ପ୍ରଲୋଭିତ କରୁଥିବା ଅଭିଯୋଗ

63

କନକ ବ୍ୟୁରୋ : କୋଟିଆରୁ ନଜର ହଟାଉନି ଆନ୍ଧ୍ର । ଗୋଟିଏ ପରେ ଗୋଟିଏ ଚାଲ ଖେଳି କୋଟିଆବାସୀଙ୍କୁ ନିଜ ଆଡ଼କୁ ନେବାକୁ ଚଳାଇଛି ଚେଷ୍ଟା । ଏବେ ଆଉ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଲୋକଙ୍କ ଭରସା ଜିତିବାକୁ ଆନ୍ଧ୍ର ପୁଲିସର ନୂଆ ଚାଲ ଚଳାଇଛି । ଫଗୁସିନେରୀ ଗାଁର ଜଣେ ବୃଦ୍ଧାଙ୍କୁ ଆନ୍ଧ୍ର କୋଟିଆ ଦାୟିତ୍ୱରେ ଥିବା ପୁଲିସ ସିଆଇ କିଛି ପଇସା ବାଂଟୁଥିବା ଦେଖିବାକୁ ମିଳିଥିଲା । ଏଭଳି ଗାଁର କିଛି ଯୁବକଙ୍କୁ ମାସିକ ପାରିଶ୍ରମିକ ଦେଇ ଦଲାଲ ସାଜି ଲୋକଙ୍କୁ ପ୍ରଲୋଭିତ କରୁଛି ଆନ୍ଧ୍ର । ବାରମ୍ବାର ବିରୋଧ ସତ୍ୱେ ଆନ୍ଧ୍ର ପ୍ରଶାସନ କୋଟିଆବାସୀଙ୍କୁ ପ୍ରଲୋଭିତ କରିବା ପାଇଁ ନୂଆ ନୂଆ ଚେଷ୍ଟା ଚଳାଇଛି ।