ପୁଣି କୋଭିଡ୍ ସେଂଟରରେ ଲାଗିଲା ନିଆଁ: ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାରେ କୋଭିଡ୍‌ କେୟାରେ ଅଗ୍ନିକାଣ୍ଡ; ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି

150

କନକ ବ୍ୟୁରୋ: ପୁଣି କୋଭିଡ୍ ସେଂଟରରେ ଲାଗିଲା ନିଆଁ । ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ଥିବା ଏକ କୋଭିଡ୍ ସେଂଟରରେ ନିଆଁ ଲାଗିଯିବା କାରଣରୁ ଏଠାରେ ଥିବା ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏଥି ସହିତ ୩୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନଶମ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ବିଜୟୱାଡାର ଏକ ହୋଟେଲରେ ଅଗ୍ନିକାଣ୍ଡ । ତେବେ ଏହି ହୋଟେଲକୁ କୋଭିଡ ସେଣ୍ଟର ଭାବରେ ବ୍ୟବହାର କରାଯାଉଥିଲା। ଏହି ହୋଟେଲରେ ୪୦ ଜଣ ଲୋକ ଥିବା ଜଣାପଡିଥିବା ବେଳେ ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୭ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନଶମ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପଟେ, ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି। ସମସ୍ତ ଆହତଙ୍କୁ ଉନ୍ନତ ଚିକିତ୍ସା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହ ସେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ।