ଆନ୍ଧ୍ରର ତିରୁମାଲାରେ ଅଭାବନୀୟ ଦୃଶ୍ୟ : ନଦୀ ପାଲଟିଲା ଗାଁ-ଦାଣ୍ଡ, ପ୍ରଖର ସୁଅରେ ଦଉଡି ଧରି ରାସ୍ତାପାର ହେଉଛନ୍ତି ଲୋକେ

ପ୍ରବଳ ବର୍ଷା ଜାରି, ଅଧିକ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

199

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ବିଶେଷକରି ଆନ୍ଧ୍ର ତିରୁପତି ତିରୁମାଲା ଦେବସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଦେଖାଦେଇଛି । ଫଳରେ ତିରୁପତି ସହର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି । ବିଭିନ୍ନ ସ୍ଥାନରେ ପର୍ଯ୍ୟଟକ ମାନେ ଫଶିରହିଛନ୍ତି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିଭିନ୍ନ ସ୍ଥାନରେ ବର୍ଷା ପାଣିର ପ୍ରଖର ସ୍ରୋତ ବହୁଥିବା ଦେଖିବାକୁ ମିଳିଛି । ପାହାଡ଼ରୁ ମାଟି ଅତଡ଼ା ଧସିବା ସହ ରାସ୍ତାଘାଟ ମଧ୍ୟ ଧୋଇଯାଇଥିବାର ଚିତ୍ର ସାମ୍ନାକୁ ଆସିଛି ।