ଓଡିଶା ସୀମା ଭିତରେ ପଶୁଛି ଆନ୍ଧ୍ର । ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମ ଗୁଡିକରେ ଅନୁକମ୍ପା ଦେଖାଇ କରୁଛି ଅକ୍ତିଆର

ଓଡିଶା ସୀମା ଭିତରେ ପଶୁଛି ଆନ୍ଧ୍ର । ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମ ଗୁଡିକରେ ଅନୁକମ୍ପା ଦେଖାଇ କରୁଛି ଅକ୍ତିଆର

କନକ ବ୍ୟୁରୋ : ଓଡିଶା ସୀମା ଭିତରେ ପଶୁଛି ଆନ୍ଧ୍ର । ମୌଳିକ ସୁବିଧାରୁ ବଂଚିତ ଗ୍ରାମ ଗୁଡିକରେ ଅନୁକମ୍ପା ଦେଖାଇ ଏହାକୁ ଅକ୍ତିଆର କରିବାକୁ ଷଡଯନ୍ତ୍ର ରଚିଛି ଆନ୍ଧ୍ର । ଓଡିଶା ସରକାରଙ୍କ ଅବହେଳାର ଫାଇଦା ଉଠାଇ କିଛି ଗ୍ରାମବାସୀଙ୍କୁ ନିଜ ଆଡୁ ଘରଡିହ ପଟ୍ଟା ଯୋଗାଇଥିବାର ଅଭିଯୋଗ ଆସିଛି । ଏହାର ପରିମାଣ ସ୍ୱରୁପ ଅନେକ ସୀମାବର୍ତି ଗାଁ ଏବେ ଆନ୍ଧ୍ର କବଜାକୁ ଚାଲିଯିବାର ଆଶଙ୍କା ସୃଷ୍ଟି ହୋଇଛି । କିଛି ଏପରି ସ୍ଥିତି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୁଲାଡି ଗ୍ରାମରେ । ଏହି ଗ୍ରାମକୁ ଗମନାଗମନ ଲାଗି ଭଲ ରାସ୍ତା ନାହିଁ । ଲୋକଙ୍କ ପାଖରେ ଅପହଂଚ ମୌଳିକ ସୁବିଧା । ଭତା ଟଙ୍କା ଓ ୫ କିଲୋ ଚାଉଳ ଦେଇ ଦାୟିତ୍ୱ ସାରିଦେଇଛନ୍ତି ରାଜ୍ୟ ସରକାର । ଯାହାର ଫାଇଦା ଉଠାଉଛି ଆନ୍ଧ୍ର ।

ଖାଲି କୁଲାଡି କାହିଁକି , ଆଖପାଖ ୧୦ଖଣ୍ଡ ଗ୍ରାମ ଏବେ ଆନ୍ଧ୍ର କବଜାରେ । ମୌଳିକ ସୁବିଧା ସୁଯୋଗ ପାଇଁ ଏଠାକାର ଲୋକେ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି । କିଛି ବର୍ଷ ହେଲା ଆନ୍ଧ୍ର ସରକାର ଗ୍ରାମବାସୀଙ୍କୁ ନିଜର ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି । ଗାଁକୁ ପକ୍କା ରାସ୍ତା, ବସ ସେବା, ଆମ୍ବୁଲାନ୍ସ ସେବା ଏବଂ ମାଗଣାରେ ବିଜୁଳି ଆଲୋକ ଯୋଗାଇ ଦେଇଛନ୍ତି । ମାଗଣା ରୋଗିସେବା, ମାସିକ ୨୨ଶହ ୫୦ଟଙ୍କା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଆବଶ୍ୟକୀୟ ରାସନ ମଧ୍ୟ ଯୋଗାଇ ଦେଉଛନ୍ତି ।

ଗୋଟିଏ ପଟେ ରାଜ୍ୟ ସରକାରଙ୍କ ବିକାଶ ଏହି ଗାଁ ଗୁଡିକରେ ପହଂଚିପାରୁନଥିବା ବେଳେ ଆନ୍ଧ୍ର ସରକାର ଲୋକଙ୍କ ପାଖରେ ପହଂଚି ସେମାନଙ୍କ ସବୁ କଥା ବୁଝୁଛନ୍ତି ଆଉ ସ୍ଥାୟୀ ବାସିନ୍ଦାର ଅଧିକାର ପ୍ରଦାନ କରି ଏହି ଅଂଚଳକୁ କବଜା କରିବାକୁ ବସିଛନ୍ତି ଯାହା ସୀମା ବିବାଦକୁ ବଢାଇ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe