ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲେ ୬ ଚିଙ୍ଗୁଡି ଫ୍ୟାକ୍ଟ୍ରି ଶ୍ରମିକ

149

କନକ ବ୍ୟୁରୋ : ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଜିଲ୍ଲା ରେପଲ୍ଲେ ଗ୍ରାମରେ ୬ ଜଣ ଶ୍ରମିକ ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁର କାରଣ ବିଦ୍ୟୁତ୍ ସର୍ଟସର୍କିଟ କାରଣରୁ ହୋଇଛି ବୋଲି କୁହାଯାଉଛି । ସୂଚନା ମୁତାବକ ବିଦ୍ୟୁତ୍ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଯିବାରୁ ଶ୍ରମିକମାନେ ପୋଡିହୋଇ ମୃତ୍ୟୁବରଣ କରିଛନ୍ତି । ଏହି ଖବର ପାଇବା ପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି । ମୃତ୍ୟୁବରଣ କରିଥିବା ୬ ଜଣ ଶ୍ରମିକ ସ୍ଥାନୀୟ ଏକ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରୁଥିବା କଥା କୁହାଯାଇଛି ।

ସେପଟେ ବିହାରର ମୁଙ୍ଗେର ଜିଲ୍ଲା ଟେଟିଆ ବଂବର ଥାନା ଅଞ୍ଚଳରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ଥ ହୋଇଛି  । ଏଥିରେ ୩ ଜଣ ଶ୍ରମିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଶ୍ରମିକ ଗରୁତର ହୋଇ ଚିକିତ୍ସିତ ହେଉଛନ୍ତି ।