ସୀମା ବିବାଦକୁ ନେଇ ଆଜି ଆନ୍ଧ୍ର- ଓଡିଶା ମଧ୍ୟରେ ଆଲୋଚନା : ସମ୍ବାଇରେ ଏକାଠି ହେବେ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀ

Advertisment
ସୀମା ବିବାଦକୁ ନେଇ ଆଜି ଆନ୍ଧ୍ର- ଓଡିଶା ମଧ୍ୟରେ ଆଲୋଚନା : ସମ୍ବାଇରେ ଏକାଠି ହେବେ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀ

କନକ ବ୍ୟୁରୋ : ଆନ୍ଧ୍ର-ଓଡିଶା ସୀମା ବିବାଦ ଦିନକୁ ଦିନ ଉଗ୍ରରୂପ ନେଉଛି । ତେଣୁ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକରେ ସମ୍ବାଇ ପଂଚାୟତରେ ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀ ଏକାଠି ହେବେ । ଦୁଇ ରାଜ୍ୟର ଅଧିକାରୀ ଆଲୋଚନା କରି ସୀମା ବିବାଦର ସମାଧାନ ସୂତ୍ର ବାହାର କରିବେ । ପୂର୍ବରୁ ପଟାଙ୍ଗୀ ବ୍ଲକ ସମ୍ବାଇ ପଂଚାୟତର ସୁନାବେଡା ଓ ଜାମ୍ବୁଗୁଡା ଠାରେ ସୀମା ବିବାଦକୁ ନେଇ ଉତେଜନା ଦେଖା ଦେଇଥିଲା ।

ଆଲୋଚନା ପାଇଁ ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀ ରାଜି ହୋଇଥିବା ବେଳେ ଦୁଇ ଦିନ ତଳେ ଜାମ୍ବୁଗୁଡା ଠାରେ ସୀମା ଚିହ୍ନଟ କରି ଚୁନ ପୋତୁଥିଲେ ଆନ୍ଧ୍ର ବନ କର୍ମଚାରୀ । ଏହାକୁ ଜାମ୍ବୁଗୁଡାର ଲୋକ ବିରୋଧ କରିବାରୁ ସୀମାରେ ଧସ୍ତାଧସ୍ତି ମାରପିଟ ହୋଇଥିଲେ । ସେହିପରି ସୁନାବେଡା ଗାଁ ନିକଟରେ ଓଡିଶା ସୀମା ଭିତରକୁ ଆସି ଆନ୍ଧ୍ର ପ୍ରଶାସନ ପତାକା ପୋତି ଫଳକ ଲଗାଇବାରୁ ବିବାଦ ଆହୁରି ତେଜିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe