ସୀମାରେ ଲାଗି ରହିଛି ଛକାପଞ୍ଝା : କୋରାପୁଟ ସୁନାବେଡାରେ ପରେ ଏବେ ପୁଣି କୋଟିଆରେ ଅନୁପ୍ରବେଶ କରିଛି ଆନ୍ଧ୍ର

70

କନକ ବ୍ୟୁରୋ : ସୀମାନ୍ତରେ ଦାଦାଗିରି ଚଳାଇଛି ଆନ୍ଧ୍ର । କେତେବେଳେ ସୁନାବେଡ଼ା ଗାଁ ତ କେତେବେବେଳ ନାରାୟଣ ପାଟଣା ଗ୍ରାମରେ, ସୀମାକୁ ନେଇ ଚକ୍ରାନ୍ତ ଚଳାଇଛି ଆନ୍ଧ୍ର ପ୍ରଦେଶ । ଏବେ ପୁଣି କୋଟିଆରେ ଅନୁପ୍ରବେଶ କରି କୋଟିଆ ବାସୀଙ୍କୁ ପ୍ରଲୋଭନ ଦେଖାଇ ବିଜୁଳି ଯୋଗାଇ ଦେଉଛି । ଏବଂ ଜୀବିକା ପାଇଁ କୋଟିଆ ମାଟିରେ ପୋଖରୀ ଖୋଳୁଛି । ଓଡ଼ିଶାର ବିକାଶ କାମ ଧିମେଇ ଯାଇଥିବାରୁ ଏହାର ଫାଇଦା ଉଠାଉଛି ଆନ୍ଧ୍ର ।

ସୀମାରେ ଲାଗିଛି ଛକାପଞ୍ଝା । ଓଡିଶା ସୀମାକୁ କବଜା କରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି ପଡୋଶୀ ଆନ୍ଧ୍ରପ୍ରଦେଶ । ଓଡିଶା ଲୋକଙ୍କ ଘରକୁ ବିଜୁଳି ଯୋଗାଇ ଦେଇଛି ଆନ୍ଧ୍ରପ୍ରଦେଶ । ଆନ୍ଧ୍ର ବିଦ୍ୟୁତ୍ ବିଭାଗର କର୍ମଚାରୀ କୋରାପୁଟ କୋଟିଆର ଯୁଦ୍ଧ ଭିତିରେ କାମ କରୁଛନ୍ତି । ଠିକଣା ସ୍ଥାନରେ ଟ୍ରନ୍ସଫରମର ବସାଇ କୋଟିଆର ତଳଗଞ୍ଜେଇପଦର, ଉପର ସେମି, ତଳ ସେମି, ଗାଁରେ ପ୍ରତି ଘରକୁ ବିଜୁଳି ଯୋଗାଇ ଦେଇଛି ଆନ୍ଧ୍ରପ୍ରଦେଶ । ଓଡିଶା ସୀମା ଓ ଓଡିଶାର ସମୀନ୍ତବର୍ତୀ ଲୋକଙ୍କ ନିଜ ଆଡକୁ ନେବା ପାଇଁ ବିଜୁଳି ଯୋଗାଇବା ସହ ଗାଁ ଗାଁରେ ପୋଖରୀ ଖୋଳା କାମ ମଧ୍ୟ ଆରମ୍ଭ କରିଛି ଆନ୍ଧ୍ର । ଆନ୍ଧ୍ରପ୍ରଦେଶର ଅନୁପ୍ରବେଶ ଓ ପୋଖରି ଖୋଳିବା ଘଟଣାକୁ ସ୍ୱକାର କରିଛନ୍ତି ତଦନ୍ତ ପାଇଁ ଘଟଣା ସ୍ଥଳକୁ ଯାଇଥିବା କୋରାପୁଟ ଜିଲ୍ଳାର ସ୍ୱତନ୍ତ୍ର ଟିମ୍ ।

କୋଟିଆରେ ଓଡ଼ିଶାର ବିକାଶର କାମ ମନ୍ଥର ଗତିରେ ଚାଲିଥିବାରୁ କୋଟିଆବାସୀଙ୍କ ପାଖରେ ପହଂଚି ଫାଇଦା ଉଠାଉଛି ଆନ୍ଧ୍ର ପ୍ରଦେଶ । ରାଜ୍ୟ ସରକାରଙ୍କ ପକ୍ଷରୁ ରାସ୍ତା ନିର୍ମାଣ ହୋଇଛି, କିନ୍ତୁ ଅନେକ ସ୍ଥାନରେ ଖରାପ ହୋଇଗଲାଣି । ଏହାସହ କୋଟିଆରେ ବସିଥିବା ବିଏସଏନଏଲ ଟୱାର ବି ଅଚଳ ହୋଇଯାଇଛି । ଏଯାଏଁ କେବଳ ୨୫ଟି ଘର ଯୋଗାଇ ଦିଆଯାଇଛି । ବାକି ଲୋକ ଏବେ ବି କୁଡିଆ ଭିତରେ ରହୁଛନ୍ତି । କୋଟିଆର ଆଦିବାସୀ ମଣିଷ ଅଭାବ ଅନାଟନରେ ବଂଚୁଥିବା ବେଳେ ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରୁଛି ଆନ୍ଧ୍ର ପ୍ରଶାସନ ।