କନକ ବ୍ୟୁରୋ : ସୀମାରେ ପୁଣି ଆନ୍ଧ୍ରପ୍ରଦେଶର ଦାଦାଗିରି । ଓଡିଶା ସୀମାର ଭିତରକୁ ଆସି ବାନା ପୋତିଛନ୍ତି ସୀମାନ୍ତବାସୀ । ସୀମାରେ ଥିବା ଆନ୍ଧ୍ରପ୍ରଦେଶର ବୁସିଗୁଣ୍ଠା, ଡେକାପଦର, କୋଳାପୁଟ, ବଡଲାମ୍ବ ଗ୍ରାମବାସୀ ଏକଜୁଟ ହୋଇ ସୁନାବେଡା ନିକଟ ରାସ୍ତାରେ ପଥର ଗଦା କରି ଆନ୍ଧ୍ରର ସୀମାନ୍ତ ଚିହ୍ନ ଦେବା ସହ ବାନା ପୋତିଛନ୍ତି ।
ଗତ ୧୮ତାରିଖରେ ଦୁଇ ରାଜ୍ୟର ଅଧିକାରୀମାନେ ଆଲୋଚନା କରିବା ପରେ ରାସ୍ତାରୁ ପଥର ହଟାଯାଇଥିଲା । ଗତ ଗୁରୁବାର ଓଡିଶା ପକ୍ଷରୁ ରାଜସ୍ୱ ନୀରିକ୍ଷକ ସୀମା ଚିହ୍ନଟ ପାଇଁ ଯାଇଥିଲେ । ଠିକ ଏହାର ଦିନକ ପରେ ଆନ୍ଧ୍ର ସୀମାରେ ବସବାସ କରୁଥିବା ଗ୍ରାମବାସୀ ପୁଣି ନୂଆ ବିବାଦ ସୃଷ୍ଟି କରିଛନ୍ତି । ଏହାର ସମାଧାନ ଯେତେ ବିଳମ୍ବ ହେଉଛି, ସେତେ ବିବାଦ ବୃଦ୍ଧି ପାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/11-20.jpg)