ଆନ୍ଧ୍ରପ୍ରଦେଶ ବିଧାନସଭାର ପୂର୍ବ ବାଚସ୍ପତି କୋଡେଲା ଶିବ ପ୍ରସାଦ ରାଓ କଥିତ ରୁପରେ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଛନ୍ତି । ସୁଚନା ଅନୁସାରେ , ଗୁରୁତର ଅବସ୍ଥାରେ ତାଙ୍କୁ ହାଇଦ୍ରାବାଦ୍ ସ୍ଥିତ ଇଣ୍ଡୋ ଆମେରିକାନ୍ କ୍ୟାନ୍ସର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା କଥା କୁହାଯାଉଛି ।
ତେଲୁଗୁ ଦେଶମ୍ ପାର୍ଟିର ନେତା କୋଡେଲା ଶିବ ପ୍ରସାଦ ରାଓ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିବାର କାରଣ କ’ଣ ତାହା ଜଣାପଡିନାହିଁ । କୁହାଯାଉଛି ଯେ ରାଓ ଲମ୍ବା ସମୟରୁ କୌଣସି କାରଣରୁ ଚିନ୍ତିତ ରହୁଛନ୍ତି ଏବଂ ଅବସାଦରେ ମଧ୍ୟ ଅଛନ୍ତି । କୁହାଯାଉଛି ଯେ ଏହି କାରଣରୁ ହିଁ ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥାଇ ପାରନ୍ତି । ଏହି ସୂଚନାର ଖବର ମିଳିବା ପରଠାରୁ ପୋଲିସ୍ ଏନେଇ ଜାଞ୍ଚ୍ କରିବା ପାଇଁ ତପ୍ତର ହୋଇଉଠିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/kodela_710x400xt.jpg)
/kanak/media/post_attachments/wp-content/uploads/2019/09/kodela-300x180.png)