ଆନ୍ଧ୍ରପ୍ରଦେଶରେ ଦୀପାବଳି ପୂର୍ବରୁ ଅଗ୍ନିକାଣ୍ଡ। ଜଳିଗଳା ବାଣ ଦୋକାନ। 

ଆନ୍ଧ୍ରପ୍ରଦେଶରେ ଦୀପାବଳି ପୂର୍ବରୁ ଅଗ୍ନିକାଣ୍ଡ। ଜଳିଗଳା ବାଣ ଦୋକାନ। 

କନକ ବ୍ୟୁରୋ:  ଦୀପାବଳି ପାଇଁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ବିଭିନ୍ନ ସ୍ଥାନରେ ବାଣ ଦୋକାନର ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ଆନ୍ଧ୍ରପ୍ରଦେଶରେ ବାଣ ବିସ୍ଫୋରଣର ଖବର ସାମ୍ନାକୁ ଆସିଛି । ବିଜୟୱାଡାରେ ବାଣ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଗାନ୍ଧୀ ନଗର ଜିମ୍ ଖାନା ଗ୍ରାଉଣ୍ଡରେ ବାଣ ଦୋକାନରେ ନିଆଁ ଲାଗିଯାଇଛି । ରବିବାର ସକାଳୁ ଏହି ଘଟଣା ସାମ୍ନାକୁ ଆସିଛି । ସେପଟେ ଏଭଳି ଘଟଣାକୁ ଆଖିରେ ରଖି ଅଗ୍ନିଶମ ବିଭାଗ ସଜାଗ ହୋଇଛି । ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ଚିତ୍ତିରରେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe