ବେଆଇନ ନିର୍ମାଣ ଅଭିଯୋଗ ପରେ ନଗର ନିଗମର ଆକ୍ସନ । ଜଗନମୋହନ ରେଡ୍ଡୀଙ୍କ ଘରେ ଚାଲିଲା ବୁଲଡୋଜର

3,342

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ଶପଥ ନେବା ପରେ ଏବେ ପ୍ରଶାସନ ଆକ୍ସନମୋଡକୁ ଆସିଛି । ଗ୍ରେଟର ହାଇଦ୍ରାବଦ ନଗର ନିଗମ ତରଫରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କର ଏକ ଘରକୁ ବୁଲଡୋଜର ଲଗାଇ ମାଟିରେ ମିଶାଇ ଦିଆଯାଇଛି । ଏହା ବେଆଇନ ନିର୍ମାଣ ଥିବା କଥା ନଗର ନିଗମ ଅଭିଯୋଗ ଆଣିଥିଲା ।

ଜଗନମୋହନ ରେଡ୍ଡୀ ନଗର ନିଗମ ରାସ୍ତାକୁ ଦଖଲ କରି ସେଠାରେ ଘର ନିର୍ମାଣ କରିଥିଲେ । ଏନେଇ ଯାତାୟତରେ ଅସୁବିଧା ହେଉଥିବା ଅନେକ ଥର ଅଭିଯୋଗ ହୋଇଥିଲା । ସେପଟେ ଜଗନମୋହନ ରେଡ୍ଡୀଙ୍କ ସରକାର ଯିବା ପରେ ତାଙ୍କ ଘରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ନଗର ନିଗମରେ ବିନା ପ୍ରତିବନ୍ଧକରେ ଏହି ଘରକୁ ଭାଙ୍ଗି ଦେଇଛି ।

ହାଇଦ୍ରାବାଦର ଲୋଟସ ପଣ୍ଡ ନିକଟରେ ନିର୍ମାଣ ହୋଇଥିବା ଏହି ଘର ପାଇଁ ପାଦଚଲା ଯାତ୍ରୀଙ୍କ ଗାଡି ଗାଡି ଯାତାୟତ ମଧ୍ୟ ବାଧାପ୍ରାପ୍ତ ହେଉଥିଲା । ସୂଚନା ଥାଉକି, ଚଳିତ ବିଧାନସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶରେ ମୋଟ ୧୭୫ ଆସନ ମଧ୍ୟରୁ ଜଗନମୋହନଙ୍କ ପାର୍ଟି ମାତ୍ର ୧୧ ଟି ଆସନରେ ବିଜୟୀ ହୋଇଥିଲା । ସେପଟେ ଟିଡିପି ୧୩୫, ପବନ କଲ୍ୟାଣଙ୍କ ଜନସେନା ୨୧ ଓ ବିଜେପି ୮ ଆସନରେ ବିଜୟୀ ହୋଇଛି । ଟିଡିପିକୁ ଏକାକୀ ବହୁମତ ମିଳିଥିଲେ ବି ସେ ଜନସେନା ଓ ବିଜେପି ସହ ମିଳିତ ଭାବେ ସରକାର ଗଠନ କରିଛି ।