ଶ୍ରମିକର ଭ୍ରମ ସୃଷ୍ଟି କଲା ବିଧାୟିକାଙ୍କ ମୁଣ୍ଡରେ ବୋଝ: ବସ୍ତାରେ ରିଲିଫ ସାମଗ୍ରୀ ଧରି ପାହାଡ ପାର ହେଲେ ମହିଳା ବିଧାୟିକା; କରୋନା ବିପଦରେ ଦେବଦୂତ ସାଜିଲେ ସୀତାକ୍କା

690

କନକ ବ୍ୟୁରୋ: ନଜର ପକାନ୍ତୁ ଏହି ମହିଳାଙ୍କ ଉପରେ, ଯାହାଙ୍କ ପରିଚୟ ଆପଣଙ୍କୁ ଭ୍ରମରେ ପକାଇ ଦେଇପାରେ । ମୁଣ୍ଡରେ ବସ୍ତା ବୋହି ପାହାଡିଆ ରାସ୍ତାରେ ଚାଲୁଥିବା ଏହି ମହିଳାଙ୍କୁ ଦେଖନ୍ତୁ । ଦାଦନ ଶ୍ରମିକର ଭ୍ରମ ସୃଷ୍ଟି କରୁଥିବା ଏହି ମହିଳା ଜଣେ ଜନପ୍ରତିନିଧି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମହିଳା ଜଣକ ଦନଶାରୀ ଅନସୂୟା, ଶ୍ରଦ୍ଧାରେ ଯାହାଙ୍କୁ ସମସ୍ତେ ସୀତାକା ବୋଲି କୁହନ୍ତି । ଆନ୍ଧ୍ରପ୍ରଦେଶ ମୁଲୁଗୁର କଂଗ୍ରେସ ବିଧାୟିକା ।

ମୁଣ୍ଡରେ ଏମିତି ବୋଝ ବୋହି ସେ ୧୦ କିଲୋମିଟର ପାହାଡିଆ, ଖାଲ ଖମା ରାସ୍ତାରେ ଚାଲିଚାଲି ଲୋକଙ୍କ ପାଖରେ ପହଂଚୁଛନ୍ତି । କରୋନା ମୁକାବିଲା ପାଇଁ ଜାରି ହୋଇଥିବା ଲକଡାଉନ କଟକଣା ଭିତରେ ଗରିବ, ଅସହାୟଙ୍କ ପାଇଁ ପାଲଟିଛନ୍ତି ଦେବଦୂତ । ଖାଇବାକୁ ପାଉଥିନଥିବା ଲୋକଙ୍କ ପାଖରେ ପହଂଚାଉଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀ । ପାହାଡିଆ ଇଲାକାରେ ରହୁଥିବା ଅଦିବାସୀଙ୍କ ପାଖରେ ଏସବୁ ସାମଗ୍ରୀ ନିଜେ ମୁଣ୍ଡରେ ବୋହି ପହଂଚାଇଛନ୍ତି ବିଧାୟିକା ।