କନକ ବ୍ୟୁରୋ : ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ବଡ଼ ଝଟକା । କୋର୍ଟରୁ ମିଳିଲାନି ଆଶ୍ୱସ୍ତି, ୧୪ ଦିନିଅ।। ବିଚାରବିଭାଗୀୟ ହେପାଜତକୁ ଗଲେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ । ୩୭୧ କୋଟି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଚନ୍ଦ୍ରବାବୁ ନାଇଡୁ କୋର୍ଟରେ ହାଜର ହୋଇଥିଲେ । ହେଲେ ତାଙ୍କୁ ଦୁର୍ନୀତି ନିରୋଧ ବ୍ୟୁରୋ’ର ଏକ କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ରିମାଣ୍ଡରେ ପଠାଇ ଦେଇଛନ୍ତି । ସେ ଜାମିନ ପାଇଁ ମଧ୍ୟ ଆବେଦନ କରି ନିରାଶ ହୋଇଛନ୍ତି ।

Advertisment

ଆନ୍ଧ୍ର ପ୍ରଦେଶ ବିକାଶ ଦୁର୍ନୀତି ଘଟଣାରେ ସିଆଇଡି ଚନ୍ଦ୍ରବାବୁଙ୍କୁ ଶନିବାର ଗିରଫ କରିଥିଲା । ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ପରେ ସରଗମର ହୋଇଛି ଆନ୍ଧ୍ର ରାଜନୀତି । କ୍ଷମତାରେ ଥିବା ଜଗନ ମୋହନ ରେଡ୍ଡୀଙ୍କ ସରକାରକୁ ଘେରିଛି ଟିଡିପି । ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ଅଭିଯୋଗ କରିଛି । ତେବେ ସରକାର ଅଭିଯୋଗକୁ ଖଣ୍ଡନ କରିଛିି । ୨୦୧୪ରେ ଆନ୍ଧ୍ର ପ୍ରଦେଶରେ ରାଜ୍ୟ ଦକ୍ଷତ ବିକାଶ ନଗମ ଗଠନ ହୋଇଥିଲା । ୨୦୧୪ରୁ ୨୦୧୯ ଯାଏଁ ଆନ୍ଧ୍ରର ମୁଖ୍ୟଥିଲେ ଚନ୍ଦ୍ରବାବୁ ନାଇଡୁ । ଏହି ସମୟରେ ୩୭୧ କୋଟି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।