ଆନ୍ଧ୍ରର ବିସ୍ତାରବାଦୀ ନିତିକୁ ଆଉ ସହିବନି ଓଡିଶା । ଆଇନଗତ ଲଢ଼େଇ ଲଢ଼ିବା ପାଇଁ ଓଡ଼ିଶାର ସରକାରଙ୍କ ବଡ଼ ଧରଣର ପ୍ରସ୍ତୁତି କରୁଛନ୍ତି । କୋଟିଆରେ ଆନ୍ଧ୍ରର ନିର୍ବାଚନ କରିବା ପ୍ରସଙ୍ଗରେ ସମସ୍ତ କାଗଜ ପତ୍ର ପ୍ରସ୍ତୁତି ରଖିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟରେ ଶୁଣାଣୀ ପୂର୍ବରୁ ସମସ୍ତ ଦସ୍ତାବିଜ ନିର୍ଦ୍ଦେଶ ଦେଇଛନ୍ତି । ମାମଲା ଶୁଣାଣି ପୂର୍ବରୁ କାଲି ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ତଥ୍ୟ ସହ ମାମଲା ଲଢ଼ୁଥିବା ଓକିଲଙ୍କ ଉପସ୍ଥିତିରେ ଏହି ଆଲୋଚନା କରିବାକୁ ଏଥିରେ କୁହାଯାଇଛି । ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ଓଡ଼ିଶା ସରକାର । ଆସନ୍ତା ୧୯ ତାରିଖ ଶୁକ୍ରବାର ଦିନ ଏହି ମାମଲାର ପରବର୍ତୀ ଶୁଣାଣୀ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/12-13.jpg)