ପୁଣି କୋଟିଆରେ ପଶିଲା ଆନ୍ଧ୍ର : ରଥଯାତ୍ରାରେ ନେରେଡେବାଲସାରେ ନିର୍ମାଣଧୀନ ଜଗନ୍ନାଥ ମନ୍ଦିରର ଅନୁଧ୍ୟାନ କଲେ ସାଲୁର ଉପଜିଲ୍ଲାପାଳ

120

କନକ ବ୍ୟୁରୋ : ପୁଣି କୋରାପୁଟ ଜିଲ୍ଲା କୋଟିଆରେ ପଶିଲେ ଆନ୍ଧ୍ର ଅଧିକାରୀ । ରଥଯାତ୍ରାରେ ଏକ ନିର୍ମାଣାଧୀନ ଜଗନ୍ନାଥ ମନ୍ଦିରର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି । କୋଟିଆରେ ଆନ୍ଧ୍ରର ପଂଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନ ଚାଲ ଫେଲ ମାରିବା ପରେ ଏବେ ଔଷଧ ବିକଳରେ ତାଟିଆ କାମୁଡୁଛି ପଡୋଷୀ ।

ଗତକାଲି ରଥଯାତ୍ରାରେ ଆନ୍ଧ୍ର ପ୍ରଦେଶ ସାଲୁର ଉପଜିଲ୍ଲାପାଳ ଓ ମଣ୍ଡଳ ଅଧିକାରୀ କୋଟିଆ ଅଂଚଳ ନେରେଡେବାଲସାରେ ଏକ ନିର୍ମାଣାଧୀନ ଜଗନ୍ନାଥ ମନ୍ଦିରର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି । ସ୍ଥାନୀୟ ଲୋକଙ୍କ ମତାମତ ସଂଗ୍ରହ କରିବା ସହ ଏନେଇ ସାଲୁର ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିବା ମଧ୍ୟ ଜଣାପଡିଛି । ପୂର୍ବରୁ ନେରେଡେବାଲସାରେ ଆନ୍ଧ୍ରର ଏହି ଜଗନ୍ନାଥ ମନ୍ଦିର ନିର୍ମାଣ ସହ ତାଡିବାଲସାରେ ଏକ ବିଦ୍ୟାଳୟ ନିର୍ମାଣକୁ ବିରୋଧ କରାଯାଇଥିଲା । ତଥାପି ଓଡିଶାର ସୀମାନ୍ତରେ ପଶି ସୀମା ବିବାଦକୁ ବଢାଇବାରେ ଲାଗିଛି ଆନ୍ଧ୍ର ପ୍ରଶାସନ ।