ପୁଣି ଓଡିଶାରେ ପଶିଲା ଆନ୍ଧ୍ର : କୋଟିଆରେ ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଯୋଜନା; ସର୍ଭେ କରି ଫେରିଲା ଏନଆରଡି ଟିମ୍

78

କନକ ବ୍ୟୁରୋ : କୋଟିଆରେ ଜଳ ବିଦ୍ୟୁତ୍ ପ୍ରକଳ୍ପ କରିବ ଆନ୍ଧ୍ର । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଆନ୍ଧ୍ରର ଏହି ନୂଆ ଚାଲ ବାବଦରେ ଗତକାଲି ପର୍ଯ୍ୟନ୍ତ କୌଣସି ସୂଚନା ନଥିଲା । ହେଲେ ଏନଆରଇଡି ଟିମ୍ କୋଟିଆରେ ପଶି ଏହାର ସର୍ଭେ କରି ଫେରିବା ପରେ ଆନ୍ଧ୍ରର ଜଳ ବିଦ୍ୟୁତ୍ ପ୍ରକଳ୍ପ ବାବଦରେ ସୂଚନା ମିଳିଛି । ସାଲୁର ଓ କୋଟିଆରେ ପମ୍ପଡ ଷ୍ଟୋରେଜ୍ ପାୱାର ପ୍ରୋଜେକ୍ଟ କରିବାକୁ ଏନଆରଇଡି ପକ୍ଷରୁ ସର୍ଭେ କରାଯାଇଛି । ଏନପିଟିସି ନୂଆଦିଲ୍ଲୀ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଯୋଜନା ରଖିଥିବା ସୂଚନା ରହିଛି ।

ଏହା ତାଡିବାଲସା ଓ ନାରେଡିବାଲସାରେ ହେରିଟେଜ୍ ରୋଡ୍ ହେବାର ଯୋଜନା ରହିଛି । ଏହି ପ୍ରକଳ୍ପ ପାଇଁ ୨୦୦ କୋଟି ଟଂକାର ଡିପିଆର ପ୍ରସ୍ତୁତ ହୋଇଥିବା ଜଣାପଡିଛି । ନାରେଡିବାଲସା ଦେଇ ଯାଇଥିବା ପାହାଡିଆ ନଦୀର ଜଳକୁ ସଂରକ୍ଷଣ କରି ପାଖାପାଖି ୧୦୦ ମେଗାୱାଟ୍ର ବିଦ୍ୟୁତ୍ ଉତ୍ପାଦନ କରିବାକୁ ଯୋଜନା କରିଥିବା ସୂଚନା ରହିଛି । ଏହି ସର୍ଭେରେ ଆନ୍ଧ୍ର ଏନପିଟିସିର ବରିଷ୍ଠ କର୍ମଚାରୀ ସାମିଲ୍ ଥିଲେ ବୋଲି ଜଣାପଡିଛି । ଆସନ୍ତା ୪ ବର୍ଷରେ ଏହି ପ୍ରକଳ୍ପ ଶେଷ କରିବାକୁ ଆନ୍ଧ୍ର ଯୋଜନା କରିିଥିବା ସୂଚନା ରହିଛି । ଏହି ପ୍ରକଳ୍ପ ଶେଷ ହେଲେ କୋଟିଆରେ ବିଦ୍ୟୁତ୍ ସମସ୍ୟାର ସମାଧାନ ହେବ ବୋଲି ଏହି ଅଧିକାରୀ କହିଥିବା ସୂଚନା ରହିଛି ।