ସୀମା ବିବାଦରେ ଫିଟିଛି ସମାଧାନର ବାଟ । ୧୯୬୩ ସେଟେଲମେଣ୍ଟ ନକ୍ସା ଅନୁସାରେ ନିର୍ଦ୍ଧାରଣ ହେବ ଆନ୍ଧ୍ର-ଓଡିଶାର ବିବାଦୀୟ ସୀମା

204

କନକ ବ୍ୟୁରୋ : ଦୀର୍ଘ ଦିନର ଛକାପଞ୍ଝା ଭିତରେ ସମାଧାନର ବାଟ ଖୋଜିବାକୁ ପ୍ରୟାସ ହୋଇଛି । ଆନ୍ଧ୍ର-ଓଡିଶା ସୀମା ବିବାଦ ସମସ୍ୟାର ସମାଧାନ ପାଇଁ ଦୁଇ ରାଜ୍ୟର ଅଧିକାରୀଙ୍କ ଉପସ୍ଥିତିରେ ସୁନାବେଡ଼ାରେ ବସିଥିଲା ବୈଠକ । ଯେଉଁଥିରେ ଉଭୟ ରାଜ୍ୟର ସୀମାନ୍ତ ବାସିନ୍ଦା ସାମିଲ ହୋଇଥିଲେ ।

୧୯୬୩ ସେଟେଲମେଂଟ ନକ୍ସା ଅନୁସାରେ ସୀମା ନିର୍ଦ୍ଧାରଣ କରାଯିବ । ଉଭୟ ରାଜ୍ୟର ଅଧିକାରୀଙ୍କ ଆଲୋଚନା ପରେ ଏହି ନିଷ୍ପତି ହୋଇଛି । ଆଉ ଏହି ନିଷ୍ପତି ମାନିବାକୁ ବାଧ୍ୟ ଉଭୟ ରାଜ୍ୟର ସୀମାନ୍ତବାସୀ, ଏନେଇ ଚୁକ୍ତି ହୋଇଛି ।

ଆନ୍ଧ୍ର ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଓ ତହସିଲଦାରଙ୍କ ସହ ବନିବିଭାଗର ଅଧିକାରୀ ଆଲୋଚନାରେ ସାମିଲ ହୋଇଥିବା ବେଳେ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ମଧୁସୂଦନ ମିଶ୍ର ଓ ପଟାଙ୍ଗୀ ତହସିଲଦାର, ବିଡିଓ ସମେତ ବନ କର୍ମଚାରୀ ଓ ରାଜସ୍ୱ ଅଧିକାରୀ ଉପସ୍ଥିତ ରହିଥିଲେ । ଆଉ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ନିଷ୍ପତି ହୋଇଛି । ସୀମା ବିବାଦ ନେଇ ଆଲୋଚନା କରି ସାରିବା ପରେ ରାଷ୍ଟ୍ରିୟ ସଂଗୀତ ଗାନ କରି ଏକତାର ବାର୍ତା ଦେଇଛନ୍ତି ଉଭୟ ରାଜ୍ୟର ଅଧିକାରୀ ।