ସୀମା ବିବାଦ ନେଇ ପ୍ରତିକ୍ରିୟା ରଖିଲେ ଆନ୍ଧ୍ର ବିଧାନପରିଷଦର ଅଧ୍ୟକ୍ଷ : ମହମ୍ମଦ ଅହମ୍ମଦ ସରିଫ କହିଲେ, ଆପୋଷ ଆଲୋଚନାରେ ହୋଇପାରିବ ସମାଧାନ

ମନ୍ତ୍ରୀ ସ୍ତରୀୟ ଆଲୋଚନା ନେଇ ଦେଲେ ସୂଚନା; ଏପଟେ ସୀମା ବିବାଦର ସମାଧାନ ପାଇଁ ବ୍ୟକ୍ତିଗତ ଭାବେ ପ୍ରସ୍ତାବ ଦେଲେ ମନ୍ତ୍ରୀ ସମୀର ଦାଶ

85

କନକ ବ୍ୟୁରୋ : ଓଡିଶାରେ ଆନ୍ଧ୍ରର ବିଧାୟକ ଓ ଅଧିକାରୀ । ଦୁଇ ଜଣ ବିଧାୟକଙ୍କ ସହ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଓଡିଶାରେ ପହଚିଂଛନ୍ତି । ବିଧାନସଭାରେ ଆନ୍ଧ୍ରର ଏହି ପ୍ରତିନିଧି ମାନଙ୍କ ସହ ଆଲୋଚନା ଚାଲିଛି । ଓଡିଶା ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସହିତ ଏକାଧିକ ଅଧିକାରୀ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଛନ୍ତି । ତେବେ ଉଭୟ ରାଜ୍ୟର ପ୍ରତିନିଧିଙ୍କ ମଧ୍ୟରେ ଭାଷା ଭିତିକ ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଥିବା ଜଣାପଡିଛି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨ ରାଜ୍ୟ ମଧ୍ୟରେ ସୀମା ବିବାଦ ଏବେ ଚରମରେ ପହଚିଂଛି । କୋରାପୁଟ ଓ ଗଜପତି ଜିଲ୍ଳାର ସୀମାନ୍ତବର୍ତୀ ଗାଁ ଗୁଡିକରେ ପଂଚାୟତ ନିର୍ବାଚନ କରୁଛି ଆନ୍ଧ୍ର । ଯାହାକୁ ନେଇ ଓଡିଶା ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେଣୁ ଆନ୍ଧ୍ର ପ୍ରତିନିଧି ଓଡିଶାରେ ଥିବା ବେଳେ ସୀମା ବିବାଦ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇବ କି ନାହିଁ ତା ଉପରେ ନଜର ରହିଛି । ଓଡିଶାର ପ୍ରତିବାଦ ପ୍ରସଙ୍ଗରେ ଆନ୍ଧ୍ର ପ୍ରତିନିଧି କଣ ଆଭିମୁଖ୍ୟ ରଖିବେ, ତାକୁ ମଧ୍ୟ ଅପେକ୍ଷା କରାଯାଇଛି ।