ଓଡ଼ିଶା ସୀମାରେ ପୁଣି ଆନ୍ଧ୍ରର ଦାଦାଗିରି । କୋଟିଆରେ ତେଲୁଗୁରେ ନାମଫଳକ ଲଗାଇ ରାଜ୍ୟକୁ ଦେଲା ଚ୍ୟାଲେଞ୍ଜ ।

92

କନକ ବ୍ୟୁରୋ : ପୁଣି ଓଡ଼ିଶାକୁ ଆନ୍ଧ୍ର ଦେଲା ଚ୍ୟାଲେଞ୍ଜ । କୋଟିଆରେ ଆନ୍ଧ୍ର ମାରିଛି ତେଲୁଗୁ ନାମଫଳକ । କୋଟିଆର ୪ଟି ଗାଁରେ ଏହି ନାମଫଳକ ମରାଯାଇଛି । କୋଟିଆ, ସଲପଗୁଡା, ଡୋଳିଆମ୍ବ, ଫାଟୁସିନେରୀ ଭଳି ଗାଁରେ ଏହି ନାମଫଳକ ଲଗାଇଛି ପଡୋଶୀ ଆନ୍ଧ୍ର ।

କିଛି ଦିନ ତଳେ ଓଡିଶାର ପ୍ରଶାସନିକ ଅଧିକାରୀ ଓ ସବୁ ଦଳର ନେତା ଏହି ସବୁ ଗାଁରେ ଓଡିଆରେ ନାମଫଳକ ଲଗାଇଥିଲେ । ଏହାର ଜବାବ ଦେବା ନାଁରେ ଆନ୍ଧ୍ର ତେଲୁଗୁରେ ନାମଫଳକ ଲଗାଇଛି । ଅ।।ନ୍ଧ୍ର ଏଠାରେ ଏକତରଫା ନିର୍ବାଚନ କରିସାରିଥିବାବେଳେ ଓଡିଶା କୋଟିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଏଭଳି ସ୍ଥଳେ ଆନ୍ଧ୍ରର ଏହି ପଦକ୍ଷେପ ଏବେ ନୂଆ ବିବାଦ ସୃଷ୍ଟି କରିବାକୁ ଯାଉଛି ।