କନକ ବ୍ୟୁରୋ : ସାରାଦେଶରେ କରୋନା ସଂକ୍ରମଣ ଭୟାନକ ସ୍ଥିତି ଉପୁଜାଇଥିବା ବେଳେ ଓଡିଶାରେ ବି କରୋନାର ପ୍ରଭାବ କିଛି କମ୍ ନାହିଁ । ଓଡିଶାରେ ବିଗୁଡିଥିବା ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମେ ଛତିଶଗଡ ସୀମା ସିଲ କରିଥିବା ବେଳେ ଆଜି ଆନ୍ଧ୍ର- ଓଡିଶା ସୀମାକୁ ସିଲ କରିଛି । ଆନ୍ଧ୍ରପଟୁ ଓଡିଶାକୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ ଆରଟିପିସିଆର ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି ସରକାର । ଏହି କ୍ରମରେ ଗଜପତି ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ତନଖି କରାଯାଉଛି ।
କହିରଖୁ କି ରାଜ୍ୟରେ କରୋନା ସ୍ଥିତି ଭୟାନକ ଅବସ୍ଥାରେ ପହଂଚିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୭୪୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସଂଗରୋଧ କେନ୍ଦ୍ରରୁ ୧୦୧୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୭୨୬ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/2-19.jpg)