ଜଗନ ମନ୍ତ୍ରୀମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ପଦ ପାଇବା ପରେ... ଦଳ ବଳ ଧରି ଆସିଥିଲେ କୋଟିଆ, ଅଧା ବାଟରୁ ଫେରାଇଦେଲେ କୋଟିଆବାସୀ

Advertisment
ଜଗନ ମନ୍ତ୍ରୀମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ପଦ ପାଇବା ପରେ... ଦଳ ବଳ ଧରି ଆସିଥିଲେ କୋଟିଆ, ଅଧା ବାଟରୁ ଫେରାଇଦେଲେ କୋଟିଆବାସୀ

କନକ ବ୍ୟୁରୋ: ସାଲୁର ବିଧାୟକ ପି.ରାଜନ ଦୋରାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ମିଳିବା ପରେ ଓଡ଼ିଶାର କୋଟିଆ ଅଂଚଳରେ ବିଜୟ ଉତ୍ସବ ପାଇଁ ଯୋଜନା ଚାଲିଥିଲା । ଆନ୍ଧ୍ରର ଅଧିକାରୀ ଓ ନିଜେ ସାଲୁର ବିଧାୟକ ମଧ୍ୟ ପହଂଚିଥିଲେ କୋଟିଆରେ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ମଧ୍ୟ ଲଗାଇଥିଲେ ।

ସୂଚନା ଅନୁସାରେ ମିଛ ପ୍ରତିଶୃତି ଦେଇ କାମ ହାସଲ କରିଥିବା ଅଭିଯୋଗ କରି ତାଙ୍କୁ ବିରୋଧ କରିବା ସହ ଅଧାବାଟରୁ ଫେରାଇ ଦେଇଛନ୍ତି କୋଟିଆବାସି । ଅନେକ ସମୟରେ ସାଲୁର ବିଧାୟକ ରାଜନ ଦୋରା ବାରମ୍ବାର କୋଟିଆକୁ ଅନୁପ୍ରବେଶ କରିବା ସହ ଆନ୍ଧ୍ରର ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ପ୍ରଲୋଭିତ କରୁଥିଲେ । ଏପରିକି ଆନ୍ଧ୍ର ପ୍ରଦେଶ ସାଲୁର ମଣ୍ଡଳମର ୱାଟର ସେଡ଼ ବିଭାଗ ପକ୍ଷରୁ କୋଟିଆର ବିଭିନ୍ନ ଅଚଂଳରେ ବନ୍ଧ ଖୋଳିବା ପାଇଁ ୱାର୍କ ଅର୍ଡ଼ର ଦିଆଯାଇଥିଲା । ସ୍ଥାନୀୟ ବାସିନ୍ଦା ନିଜ ହାତରୁ ପଇସା ଖର୍ଚ୍ଚ କରି କାମ ଆରମ୍ଭ କରିଥିଲେ, କିନ୍ତୁ ଆନ୍ଧ୍ର ଅଧିକାରୀ ସେମାନଙ୍କୁ ଏବାବଦରେ କୌଣସି ଅର୍ଥ ଦେଇନଥିବା ଅଭିଯୋଗ ହୋଇଛି ।

ଏକ ଗୁରୁତ୍ୱପୁଣ୍ଣ ଘଟଣାକ୍ରମରେ କୋଟିଆର ନବନିର୍ବାଚିତ ଜିଲ୍ଲାପରିଷଦ ସଦସ୍ୟ ଟିକାଇ ଗେମେଲ ଏହି ବିରୋଧର ନେତୃତ୍ୱ ନେଇଥିଲେ । ଏବଂ ଆନ୍ଧ୍ର ଅଧିକାରୀଙ୍କୁ ଫେରାଇଦେବାରେ ସକ୍ଷମ ହୋଇଥିଲେ । ଆନ୍ଧ୍ର ଅଧିକାରୀ ଓ ନେତାଙ୍କୁ କୋଟିଆବାସୀ ଏମିତି ଅପଦସ୍ତ କରି ଫେରାଇଦେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe