ସୀମା ବିବାଦର ଅନ୍ତ କେବେ? ରାୟଗଡା ସୀମାକୁ ବି ମାଡି ଆସୁଛି ପଡୋଶୀ ରାଜ୍ୟ । ଓଡିଶା ଭିତରେ ତିଆରି କରୁଛି ରାସ୍ତା ।

104

କନକ ବ୍ୟୁରୋ: ପୁଣି ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରି । ରାସ୍ତା ପାଇଁ ଓଡ଼ିଶା ଜମିକୁ ନିଜ ଅକ୍ତିଆରକୁ ନେବା ପାଇଁ ଯୋଜନା ଚଳାଇଛି ଆନ୍ଧ୍ର । ନିଜ ଜମି ବୋଲି କହି ଆନ୍ଧ୍ର-ଓଡ଼ିଶାରେ ଥିବା ପାଲାମତୁଲଶୀଙ୍ଗାର ପ୍ରାୟ ଏକ କିଲୋମିଟରରୁ ଉଦ୍ଧ୍ୱର୍ ଚାଷ ଜମିରେ ଖୁଂଟ ପୋତି ନିଜ ଅକ୍ତିିଆରକୁ ନେବା ପାଇଁ ଯୋଜନା ଚଳାଇଛି । ହେଲେ ପାଲାମତୁଲଶୀର ଲୋକେ ଏହାକୁ ବିରୋଧ କରି ଆନ୍ଧ୍ର ପୋତିଥିବା ଖୁଂଟକୁ ଉପାଡ଼ି ଫିଙ୍ଗି ଆନ୍ଧ୍ରକୁ ଜବାବ ଦେଇଛନ୍ତି ।

ଆନ୍ଧ୍ରର ବିଜୟନଗରମ୍ ଜିଲ୍ଲା ଗୁମ୍ମା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କିତାଲାମ୍ବାଙ୍ଗା ଓ ଗୁଲାଲାଙ୍କାଙ୍ଗା ରହିଛି । ଏହି ଦୁଇ ଗାଁ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ରହିଛି ରାଗଡ଼ା ବ୍ଲକର ପାଲାମତୁଲଶୀଙ୍ଗା । ପ୍ରାୟ ୭ଶହ ଜନସଂଖ୍ୟା ବିଶିଷ୍ଠ ପାଲାମତୁଲଶୀଙ୍ଗାରେ ରହିଛି ୧୩୦ଟି ଘର । ସମସ୍ତେ ଆଦିବାସୀ ସମ୍ପ୍ରଦାୟର ଲୋକ । ପୂର୍ବ ପୁରୁଷରୁ ଏହି ଜମିରେ ଚାଷ କରି ନିଜର ପରିବାର ପ୍ରତିପୋଷଣ କରନ୍ତି ଏହି ଆଦିବାସୀ ସମ୍ପ୍ରଦାୟର ଲୋକେ । ହେଲେ ଏହି ଜମିରେ ବର୍ତମାନ ଆନ୍ଧ୍ର ଲୋଲୁପ ଦୃଷ୍ଟି ପକାଇଛି । ଆନ୍ଧ୍ର ନିଜ ଗାଁକୁ ସଂଯୋଗ କରି ରାସ୍ତା କରିବା ପାଇଁ ଓଡ଼ିଶାର ପ୍ରାୟ ଏକ କିଲୋମିଟର ଜମିରେ ଖୁଂଟ ପୋତିଛି । ଆଉ ଏହି ଖୁଂଟକୁ ଲୋକେ ଓପାଡ଼ି ଫିଙ୍ଗି ଦେଇ ଆନ୍ଧ୍ରକୁ ଜବାବ ଦେଇଛନ୍ତି ।