ପିଲାକୁ ସ୍କୁଲକୁ ପଠାଇଲେ ମାଆକୁ ଆନ୍ଧ୍ର ପ୍ରଦେଶ ସରକାର ବର୍ଷକୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ। ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଆନ୍ଧ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ଉକ୍ତ ଯୋଜନାର ନାମ ଆମ୍ମା ଭୋଡ଼ି ରଖିଛନ୍ତି। କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଉକ୍ତ ଯୋଜନା କେବଳ ସ୍କୁଲ ପିଲାଙ୍କ ପାଇଁ ଘୋଷଣା କରିଥିଲେ। ତେବେ ଏବେ ଏଥିରେ ଇଣ୍ଟରମିଡିଏଟ୍ ଶ୍ରେଣୀକୁ ସାମିଲ କରାଯାଇଛି।
ଅର୍ଥାତ୍ ସ୍କୁଲ କିମ୍ବା କଲେଜକୁ ପିଲାଙ୍କୁ ପଠାଇଲେ ଉପରୋକ୍ତ ସହାୟତା ରାଶି ମାଆକୁ ପ୍ରଦାନ କରାଯିବ। ଇଣ୍ଟରମିଡିଏଟ୍ ଶ୍ରେଣୀକୁ ଏହି ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ରାଜ୍ୟର ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାବେଳେ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଜଗନ ରାଜ୍ୟବାସୀଙ୍କୁ ପିଲାଙ୍କ ଶିକ୍ଷାଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାହାକୁ ପୂରଣ କରିବାକୁ ଯାଇ ଏଭଳି ନିଷ୍ପତ୍ତି ନେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/Poonam-and-her-mother_web_0.jpg)
/kanak/media/post_attachments/wp-content/uploads/2019/06/Amma-Vodi-Scheme-300x300.jpg)