କନକ ବ୍ୟୁରୋ: କୋଟିଆକୁ ନିଜ ଆଡକୁ କରିବାକୁ ଆନ୍ଧ୍ର ସରକାର ବିଭିନ୍ନ ସମୟରେ ବିଭିନ୍ନ ଉପାୟ ଆପେଣାଇବାର ଦେଖିବାକୁ ମିଳିଛି । ପୂର୍ବରୁ ଏଠାରେ ଆନ୍ଧ୍ରର ସ୍ୱାସ୍ଥ୍ୟକର୍ମୀ ଆସି କୋଟିଆ ବାସିନ୍ଦାଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଉଥିବା ଦେଖିବାକୁ ମିଳିଥିଲା । ଏହାସହ କୋଟିଆ ପିଲାଙ୍କ ଉପରେ ଆନ୍ଧ୍ର ଶିକ୍ଷା ବ୍ୟବସ୍ଥା ମଧ୍ୟ ଭାରି ପଡୁଥିବା ମଧ୍ୟ ଦେଖିବାକୁ ମିଳୁଥିଲା । ଏବେ ଆଜକୁ ନିର୍ବାଚନ ଆସୁଥିବାବେଳେ କୋଟିଆର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଭିନ୍ନ ଏକ ବାଟ ଆପଣାଇଥିବା ଦେଖିବାକି ମିଳିଛି  । କୋଟିଆରେ ଆନ୍ଧ୍ରପ୍ରଦେଶର ଅଭିନେତା ଆସି ରାମଲୀଳା ମଞ୍ଚସ୍ଥ କରୁଥିବା ଦେଖିବାକୁ ମିଳିଛି ।  ।

 ହେଲେ ସବୁ ଜାଣିଶୁଣି ଓଡିଶା ସରକାର କିନ୍ତୁ ନୀରବ । ସରକାରଙ୍କ ଏଭଳି ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଏବଂ ବୁଦ୍ଧିଜୀବୀ ।