ଓଡିଶାର ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଲାଭ ନେଉଛି ଆନ୍ଧ୍ର । ପ୍ରକଳ୍ପରୁ ସମାନ ଅନୁପାତରେ ବିଜୁଳି ମିଳୁନଥିବା ବେଳେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ମିଳୁନଥିବା ଅଭିଯୋଗ

170

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ମାଛକୁଣ୍ଡରେ ଓଡ଼ିଶାର ପ୍ରଥମ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ହୋଇଥିଲା । ପ୍ରକଳ୍ପ ପାଇଁ ଓଡ଼ିଶାର ୧୫୬ଟି ଗାଁର ୧୮ ହଜାର ୨୦୦ ହେକ୍ଟର ଜମି ଓ ଆନ୍ଧ୍ରପ୍ରଦେଶର ୫ ହଜାର ୮୦୦ ହେକ୍ଟର ଜମି ଅଧିଗ୍ରହଣ ହୋଇଥିଲା । ଏବେ ଲମତାପୁଟବାସୀଙ୍କ ପାଇଁ ମାଛକୁଣ୍ଡ ବିଦ୍ୟୁତ୍ ସାତ ସପନ ଭଳି ହୋଇଛି । ଆନ୍ଧ୍ରପ୍ରଦେଶ ନିର୍ଦ୍ଦେଶରେ ହିଁ ପ୍ରକଳ୍ପ ଚାଲୁଥିବାରୁ ପ୍ରକଳ୍ପରୁ ଅଂଚଳବାସୀ କୌଣସି ସୁବିଧା ସୁଯୋଗ ପାଇପାରୁନଥିବା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ପ୍ରକଳ୍ପରୁ ଗୋଟିଏ ଦିନରେ ୧୨୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ ବିଦ୍ୟୁତ୍ ବିକ୍ରିରୁ କୋଟି କୋଟି ଟଙ୍କା ଲାଭ ହେଉଛି । ସମସ୍ତ ପ୍ରକାର ଲାଭ ଆନ୍ଧ୍ର ଉଠାଉଛି । ପ୍ରକଳ୍ପରେ କାର୍ଯ୍ୟରତ ୮୧ ଠିକା କର୍ମଚାରୀ ବିଭିନ୍ନ ଦାବିରେ ଆନ୍ଦୋଳନ ରେ ବସିଥିଲେ ମଧ୍ୟ ଦାବି ପୂରଣ ଦିଗରେ ଧ୍ୟାନ ଦେଉନାହାନ୍ତି ପରିଚାଳନା କର୍ତୃପକ୍ଷ । ଏପରିକି ପ୍ରକଳ୍ପ ପାଇଁ ଜମି ହରାଇଥିବା ବିସ୍ଥାପିତଙ୍କୁ ଚିହ୍ନଟ କରି କ୍ଷତିପୂରଣ ଦିଆନଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।