କୋଟିଆରେ ଫେଲ ମାରିଲା ପ୍ରଶାସନର ପଦକ୍ଷେପ । ୧୪୪ ଧାରା ଭାଙ୍ଗି, ପୁଲିସକୁ ପ୍ରତିବାଦ କରି ଆନ୍ଧ୍ରକୁ ଭୋଟ ଦେବାକୁ ଗଲେ କୋଟିଆବାସୀ ।

159

କନକ ବ୍ୟୁରୋ: ପୁଣି ଜୋରଦାର ହେଲା କୋଟିଆ କଳି । ଆନ୍ଧ୍ର ଅଧିକାରୀ ଓ ଲୋକଙ୍କ କଥା କଟାକଟି ଭିତରେ କୋଟିଆ ପଂଚାୟତର ନେରିଡ଼ିୱାଲସାରେ ଭୋଟ ଦାନ କରିଛି ଆନ୍ଧ୍ର । ତେବେ କେବଳ ତେଲୁଗୁ ସଂପ୍ରଦାୟର ଲୋକେ ଭୋଟଦେଇଛନ୍ତି । ଆନ୍ଧ୍ରର ମତଦାନ କେନ୍ଦ୍ରକୁ ଗଲେ ନାହିଁ ଓଡିଆ ଭୋଟର । ନିର୍ବାଚନ ଶେଷ ସୁଦ୍ଧା ୧୨ଶହ ୯୧ ଭୋଟରୁ ପଡିଲା ମାତ୍ର ୨୩୦ ଭୋଟ୍ । ଆନ୍ଧ୍ରକୁ ଚେକ୍ ଦେବା ପାଇଁ କରୋନା ସଂକ୍ରମଣ କଥା କହି କୋଟିଆରେ ୧୪୪ ଧାରା ଜାରି କରିଥିଲା ଜିଲ୍ଲା ପ୍ରଶାସନ । ଅନ୍ୟପକ୍ଷରେ ଲୋକଙ୍କୁ ଭୋଟ ଦାନରୁ ଦୂରେଇ ରଖିବା ପାଇଁ କୋଟିଆରେ ପହଂଚି ଥିଲେ ବିଭିନ୍ନ ରାଜନୈତିକ ଦଳର ନେତା । ପ୍ରଥମ ମାଟି ଓ ପରେ ପାର୍ଟିର ନାରା ଦେଇ ଧାରଣା ଦେବା ସହ ସୀମାନ୍ତକୁ ଜଗି ରହିଥିଲେ ।

ଆନ୍ଧ୍ରପ୍ରଦେଶର ଚାଲିଥିବା ଜିଲ୍ଲାପରିଷଦ ଓ ସମିତି ସଭ୍ୟ ନିର୍ବାଚନରେ ଭୋଟଦେବା ପାଇଁ ପୁଲିସର ବ୍ୟାରିକେଡ କାମ ଦେଉନି । ପୁଲିସ ୧୪୪ ଧାରା ମଧ୍ୟ ଜାରି କରିଥିଲା କିନ୍ତୁ କିଛି କାମ ଦେଇନି । ଲୋକେ ଜବରଦସ୍ତ ନିୟମକୁ ନ ମାନି ପୁଲିସ ସହ ଧସ୍ତାଧସ୍ତି କରି ଭୋଟଦାନ କେନ୍ଦ୍ରକୁ ଆସିଥିଲେ । ପୁଲିସ ବାରଣ କରିବା ସତ୍ୱେ ସ୍ଥାନୀୟ ଲୋକେ ମାନିନଥିଲେ । ଆଉ ଭୋଟ ଦେବାକୁ ଜିଦ ଧରିଥିଲେ । ଆଉ ଯେଉଁମାନେ ଆସିପାରୁନଥିଲେ ସେମାନଙ୍କୁ ଆନ୍ଧ୍ର ପୁଲିସ ନିଜ ସୁରକ୍ଷା ବଳୟ ଭିତରେ ଭୋଟ କେନ୍ଦ୍ରକୁ ଆଣିଥିଲେ ।

କୋଟିଆର ନାରିଡୱାଲାସା ଗାଁରେ ଏକ ଆଇଟିଡିଏ ଅଫିସରେ ନିର୍ବାଚନ ପାଇଁ ଭୋଟଦାନ କେନ୍ଦ୍ର କରିଥିଲା ଆନ୍ଧ୍ର । ଏହାଛଡା ୨ଟି କେନ୍ଦ୍ର ଆନ୍ଧ୍ର ସୀମାନ୍ତରେ ରହିଥିଲା । ଓଡିଶା ସୀମାନ୍ତରେ କରୋନା ସଂକ୍ରମଣ ବ୍ୟାପିଥିବାରୁ କୋଟିଆର କିଛି ସ୍ଥାନରେ ନିଷେଧାଦେଶ ଲଗାଯାଇ ଲୋକଙ୍କୁ ଘରୁ ବାହାର କରିବାକୁ ବାରଣ କରାଯାଇଥିଲା । ନିର୍ବାଚନକୁ ବିରୋଧ କରି ବି କୋରାପୁଟର ନେତା ବି ଧାରଣାରେ ବସିଥିଲେ ।

ତେବେ ପରେ ଦେଖାଯାଇଥିଲା କେବଳ ତେଲୁଗୁ ଭୋଟରମାନେ ଭୋଟଦେବା ପାଇଁ ପୁଲିସର ବାରଣ ସତ୍ୱେ ଆନ୍ଧ୍ର ଭିତରେ ପଶିଥିଲେ । କିନ୍ତୁ ଅନ୍ୟଭୋଟରମାନେ ପୁଲିସ ଓ ନେତାଙ୍କ କଥା ମାନି ଭୋଟଦେବାକୁ ଯାଇନଥିଲେ । ମୋଟ ୧୨୯୧ ଭୋଟରଙ୍କ ମଧ୍ୟରୁ ମାତ୍ର ୨୨୩ ଜଣ ଭୋଟ ଦେଇଥିଲେ ।