କନକ ବ୍ୟୁରୋ : ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସାଂଘାତିକ ଅଭିଯୋଗ । ତାହା ପୁଣି ସରକାରଙ୍କ ଉପରେ ନୁହେଁ ସିଧାସଳଖ ନିର୍ବାଚନ କମିଶନଙ୍କ ଉପରେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନର ମାତ୍ର ୨ ଦିନ ପରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନିଜ ଅଭିଯୋଗ ଧରି ରାଜଧାନୀ ଦିଲ୍ଲୀରେ ନିର୍ବାଚନ କମିସନଙ୍କୁ ଭେଟିବାକୁ ପହଞ୍ଚିଛନ୍ତି। ସେ ଅଭିଯୋଗ କରି କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଙ୍ଗିତରେ ନିର୍ବାଚନ ହେଉଛି। ଇଭିଏମ୍ ଉପରେ କୌଣସି ଭରସା ନାହିଁ। ନିର୍ବାଚନ ପୁଣିଥରେ ବାଲାଟ୍ ପେପରରେ ହେଉ।
/kanak/media/post_attachments/wp-content/uploads/2019/04/n-chandrababu-naidu-addresses-media_a5c11d5e-fe39-11e8-8cc1-c9b34ba72f01.jpg) ଗୁୁରୁବାର ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଆନ୍ଧ୍ରପ୍ରଦେଶର ଅନେକ ମତଦାନ କେନ୍ଦ୍ରରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଛି ବୋଲି ଅଭିଯୋଗ ହୋଇଥିଲା। ବ୍ୟବହୃତ ହୋଇଥିବା ୪୫ ହଜାର ଇଭିଏମ୍ ମେସିନ୍ରୁ ୩୬୨ଟି ମେସିନ୍ ଖରାପ ଥିଲା ବୋଲି ନିର୍ବାଚନ କମିସନ କହିଥିବା ବେଳେ ବ୍ୟବହୃତ ଇଭିଏମ୍ ମେସିନ୍ରୁ ୩୦ ପ୍ରତିଶତ ମେସିନ୍ରେ ବୈଷୟିକ ତ୍ରୁଟି ଦେଖା ଯାଇଥିଲା ବୋଲି ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଛନ୍ତି। ନିର୍ବାଚନ କମିସନଙ୍କୁ ସେ ଦେଇଥିବା ପତ୍ରରେ ଇଭିଏମ୍ ତ୍ରୁଟିକୁ ନେଇ ନିଜର ଚିନ୍ତା ପ୍ରକଟ କରିଛନ୍ତି। ଆଉ କେଉଁଠି ନ ହେଲା ନାହିଁ ଆନ୍ଧ୍ରପ୍ରଦେଶରେ ପୁଣିଥିରେ ବାଲାଟ ପେପରରେ ଭୋଟ୍ କରାଯାଉ ବୋଲି ସେ ଦାବି କରିଛନ୍ତି।
ଗୁୁରୁବାର ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଆନ୍ଧ୍ରପ୍ରଦେଶର ଅନେକ ମତଦାନ କେନ୍ଦ୍ରରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଛି ବୋଲି ଅଭିଯୋଗ ହୋଇଥିଲା। ବ୍ୟବହୃତ ହୋଇଥିବା ୪୫ ହଜାର ଇଭିଏମ୍ ମେସିନ୍ରୁ ୩୬୨ଟି ମେସିନ୍ ଖରାପ ଥିଲା ବୋଲି ନିର୍ବାଚନ କମିସନ କହିଥିବା ବେଳେ ବ୍ୟବହୃତ ଇଭିଏମ୍ ମେସିନ୍ରୁ ୩୦ ପ୍ରତିଶତ ମେସିନ୍ରେ ବୈଷୟିକ ତ୍ରୁଟି ଦେଖା ଯାଇଥିଲା ବୋଲି ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଛନ୍ତି। ନିର୍ବାଚନ କମିସନଙ୍କୁ ସେ ଦେଇଥିବା ପତ୍ରରେ ଇଭିଏମ୍ ତ୍ରୁଟିକୁ ନେଇ ନିଜର ଚିନ୍ତା ପ୍ରକଟ କରିଛନ୍ତି। ଆଉ କେଉଁଠି ନ ହେଲା ନାହିଁ ଆନ୍ଧ୍ରପ୍ରଦେଶରେ ପୁଣିଥିରେ ବାଲାଟ ପେପରରେ ଭୋଟ୍ କରାଯାଉ ବୋଲି ସେ ଦାବି କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/Chandrababu-1548433791.jpeg)