କନକ ବ୍ୟୁରୋ: ଟ୍ରେନ ଦୁର୍ଘଟଣାରେ ଶୋକପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଆହତଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ରେଳ ଦୁର୍ଘଟଣାରେ ଆନ୍ଧ୍ରପ୍ରଦେଶର ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ଆନ୍ଧ୍ର ସରକାର । ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କା ଘୋଷଣା କରାଯାଇଛି । ଅନ୍ୟ ରାଜ୍ୟର ମୃତଯାତ୍ରୀଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା । ସେହିପରି ଅନ୍ୟ ରାଜ୍ୟର ଆହତ ଯାତ୍ରୀଙ୍କୁ ୫୦ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଆନ୍ଧ୍ର ସରକାର । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆଜି ଏକ ସ୍ୱତନ୍ତ୍ର ବିମାନରେ ବିଜୟାୱାଡ଼ା ଠାରୁ ବିଶାଖପାଟଣା ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ଆହତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।