କୋଟିଆ ପାଇଁ ମେଳି କଲେ ଆଦିବାସୀ ଓ କୁଇ ସଂଘ । ଆଦିବାସୀ ନେତା କହିଲେ, ଓଡ଼ିଶା ମାଟି ମାଡି ପାରିବେନି ଆନ୍ଧ୍ର ଅଧିକାରୀ

122

କନକ ବ୍ୟୁରୋ : କୋଟିଆକୁ ନେଇ ଓଡିଶା ତଥା କୋରାପୁଟ ଜିଲ୍ଲାର ଅଧିବାସୀଙ୍କ ମଧ୍ୟରେ ବଢୁଛି ସଚେତନତା । ଆନ୍ଧ୍ର ବିରୋଧରେ ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଛି. । ପ୍ରଶାସନିକ ଅଧିକାରୀ. ଜିଲ୍ଲାର ସମସ୍ତ ଦଲକର ନେତାଙ୍କ ପରେ ଏବେ କୋଟିଆ ମାଟିର ସୁରକ୍ଷା ପାଇଁ ଏକାଠି ହୋଇଛନ୍ତି ଜିଲ୍ଲାର କୁଇ ଓ ଆଦିବାସୀ ସଂଘ । କୋଟିଆର ବିକାଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ  ଜିଲ୍ଲାର ସମସ୍ତ ଦଳ ଓ ବିଭିନ୍ନ ସଂଗଠନ ସମର୍ଥନ ଜଣାଇବା ସହ ପ୍ରଶଂସା କରୁଛନ୍ତି ।

କୋରାପୁଟ କୋଟିଆରେ ମେଳି କରି ଆନ୍ଧ୍ର ବିରୋଧରେ ଗର୍ଜିଛନ୍ତି ଆଦିବାସୀ ଓ କୁଇ ସମାଜ ସଦସ୍ୟ । ଓଡିଶାରେ ରହି, ଓଡିଶାର ଖାଇ ଆନ୍ଧ୍ର ପାଇଁ କାମ କରୁଥିବା ଏଜେଂଟଙ୍କୁ ସତର୍କ କରାଇ ଦେଇଛନ୍ତି ଦୁଇଟି ସଂଘର ନେତା । କହିଛନ୍ତି କୋଟିଆରୁ ଆନ୍ଧ୍ରପ୍ରଦେଶକୁ ଇଂଚେ ଜମି ଦିଆଯିବ ନାହିଁ ।  ସେପଟେ କୋଟିଆ ଉପରେ ନଜର ରଖିବା ପାଇଁ ୨୦ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟି ବିବାଦୀୟ ୨୧ଟି ରାଜସ୍ୱ ଗାଁ ଓ ୭ଟି ପଡା ଗାଁକୁ ଗସ୍ତ କରିବେ । ଗାଁ ଗାଁ ବୁଲି ଲୋକଙ୍କ ସହ ଆଲୋଚନା କରି ଆନ୍ଧ୍ର ସାହାଯ୍ୟକୁ ବର୍ଜନ କରିବା ପାଇଁ ସହମତି ଲୋଡିବେ । ଓଡିଶା ସରକାରଙ୍କ ଉନ୍ନୟନ ମୂଳକ କାମ ଜାରି ରହିଥିବା ବେଳେ କାହିଁକି କିଛି ଗ୍ରାମବାସୀ ଆନ୍ଧ୍ର ପ୍ରିତି ରଖୁଛନ୍ତି ତାର ଅନୁଧ୍ୟାନ କରାଯିବ ବୋଲି ଆଦିବାସୀ ନେତା କହିଛନ୍ତି ।
କୋଟିଆ ମାମଲା ସୁପ୍ରିମକୋର୍ଟରେ ଥିବା ବେଳେ ଆନ୍ଧ୍ର ବାରମ୍ବାର ନିର୍ବାଚନ କରୁଛି । ଯଦିଓ କୋରାପୁଟ ଜିଲ୍ଲାର ସର୍ବଦଳୀୟ ନେତାଙ୍କ ଉଦ୍ୟମ ଯୋଗୁଁ ଗତ ଜିଲ୍ଲାପରିଷଦ ନିର୍ବାଚନରେ ଆନ୍ଧ୍ରର ଚାଲ ଫେଲ୍ ମାରିଛି । ତଥାପି କୋଟିଆର କିଛି ଲୋକଙ୍କ ମନରେ ଆନ୍ଧ୍ର ପ୍ରିତି ରହିଛି   । କିନ୍ତୁ କୋଟିଆରେ ମେଳି କରି ଆଦିବାସୀ ନେତା କହିଛନ୍ତି କୋଟିଆ ଓଡିଶାର ରହିଛି, ଆଗକୁ ବି ରହିବ ।