କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ । ସୁପ୍ରିମକୋର୍ଟ ନିୟମର ଉଲ୍ଲଘଂନ କରୁଛି ଆନ୍ଧ୍ର । ରାଜନେତା କହିଲେ, ବରଦାସ୍ତ କରାଯିବନି ।

93

କନକ ବ୍ୟୁରୋ: ଦିନକୁ ଦିନ କୋଟିଆକୁ ନେଇ ବିବାଦ ତେଜିବାରେ ଲାଗିଛି । ଏକତରଫା ଆନ୍ଦ୍ର କୋଟିଆରେ ପଚାଂୟତ ନିର୍ବାଚନ କରୁଥିବା ବେଳେ ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ । ରାଜ୍ୟ ସରକାର ଉଚିତ ପଦକ୍ଷେପ ନିଅନ୍ତୁ ନଚେତ୍ କୋରାପୁଟବାସୀ ଆନ୍ଧ୍ରରେ ଧସେଇ ପସିବେ କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି । ଅନ୍ୟପଟେ ତାରାଙ୍କ ସହ ଏହି କଥାରେ ସ୍ୱର ମିଳାଇଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର ।

ଆଉ ଦିନକ ପରେ ଅର୍ଥାତ୍ ୧୩ ତାରିଖରେ କୋରାପୁଟ କୋଟିଆର ୩ଟି ପଚାଂୟତରେ ନିର୍ବାଚନ କରିବାକୁ ଯାଉଛି ଆନ୍ଧ୍ର । ୨ଟି ପଚାଂୟତ ତଳଗେଂଜଈପଦର ଓ ଫଗୁଣ ସିନେରିରେ ର୍ନିଦ୍ୱନ୍ଦରେ ର୍ପାଥୀ ଜିତିଥିବା ବେଳେ ଫାଟୁ ସିନେରିରେ ହେବ ନିର୍ବାଚନ । ଗୁପ୍ତ ଭାବେ ନିର୍ବାଚନ କରିବା ପାଇଁ ଆନ୍ଧ୍ରର ନେତା ଓ ପ୍ରଶାସନ ଅଧିକାରୀ ଲୋକଙ୍କୁ ଲୋଭ ଦେଖାଉଛନ୍ତି । ଆନ୍ଧ୍ରର ଲୋଭଣିଆ କଥାରେ କୋଟିଆବାସୀ ଓଡ଼ିଶା ମାଟିକୁ ଆପଣାର କହୁଥିଲେ ମଧ୍ୟ ଉଭୟ ଓଡ଼ିଶା ଓ ଆନ୍ଧ୍ରରେ ଭୋଟ ଦେଉଥିବା କହିଛନ୍ତି ।

କୋଟିଆରେ ନିର୍ବାଚନ ଆୟୋଜନ କରି ସୁପ୍ରିମକୋର୍ଟଙ୍କ ଆଦେଶକୁ ଉଲଙ୍ଘନ କରିଛି ଆନ୍ଧ୍ର । କୋଟିଆର ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବିବାଦ ଲାଗିଛି । ଏହାକୁ ନେଇ ୨୦୦୬ ମାର୍ଚ୍ଚ ୩ ତାରିଖରେ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଥିଲା । ବିବାଦର ସମାଧାନ ନହେବାରୁ ସ୍ଥିତାବସ୍ଥା ବଜାୟ ରଖିଥିଲେ କୋର୍ଟ । କୋଟିଆବାସୀ ଓଡିଶାରେ ଭୋଟ ଦେଉଥିଲେ । କେବଳ ପ୍ରତିନିଧି ବାଛୁଥିବା ଆନ୍ଧ୍ର ଏବେ ନିର୍ବାଚନ ଆୟୋଜନ କରି କୋର୍ଟଙ୍କ ନିୟମର ଖୋଲା ଉଲଂଘନ କରିଛି, ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଓଡିଶାର ଜନପ୍ରତିନିଧି । ଏପଟେ ନିର୍ବାଚନ ସମୟ ଯେତିକି ପାଖଉଛି, ବିବାଦ ସେତିକି ତେଜୁଛି । ତେଣୁ ଆଗକୁ ଆନ୍ଧ୍ର କିପରି ନିର୍ବାଚନ କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।