କନକ ବ୍ୟୁରୋ : ଦେଶର କେଉଁ ମୁଖ୍ୟମନ୍ତ୍ରୀ କେତେ ଟଙ୍କାର ମାଲିକ । କାହା ପାଖରେ ଅଛି କେତେ ସଂପତି ? ଏ.ଡି.ଆର୍ ରିପୋର୍ଟରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସଂପତି ତାଲିକା ପ୍ରକାଶ ପାଇଛି । ଏଡିଆର ରିପୋର୍ଟ ଆଧାରରେ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ତାଲିକାର ଶୀର୍ଷରେ ଅଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି । ଜଗନମୋହନଙ୍କ ପାଖରେ ୫୧୦ କୋଟିରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସଂପତି ଥିବା ବେଳେ ନବୀନ ପଟ୍ଟନାୟକଙ୍କ ପାଖରେ ଅଛି ୬୩ କୋଟିରୁ ଅଧିକ ଟଙ୍କାର ସଂପତି । ୧୬୩ କୋଟିରୁ ଅଧିକ ଟଙ୍କାର ସଂପତି ସହ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ।
ସେହିଭଳି ସବୁଠାରୁ କମ୍ ସଂପତି ସହ ତାଲିକାର ଶେଷରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ପାଖରେ ମାତ୍ର ୧୫ ଲକ୍ଷରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସଂପତି ରହିଛି । କେରଳ ଓ ହରିଆଣା ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧ କୋଟି ଟଙ୍କାର ସମ୍ପତି ଥିବା ଏ.ଡି.ଆର୍ ରିପୋର୍ଟରେ ଉଲ୍ଲେଖ ହୋଇଛି ।
Follow Us