ଯେତେବେଳେ ବରଫ ପର୍ବତ ସହିତ ବିମାନଟି ମୁହାଁମୁହିଁ ଧକ୍କା ହେଲା, ସେତେବେଳେ ବହୁ ଲୋକଙ୍କର ମୃତ୍ୟୁ ଘଟିଥିଲା । ମଣିଷର ମୃତଦେହ ଖାଇ ବଞ୍ଚିଥିବା ବ୍ୟକ୍ତି କହିଲା – ଅନୁଶୋଚନା ନାହିଁ!
Kanak News is now on WhatsApp
Join and get latest news updates delivered to you via WhatsApp
ଅକ୍ଟୋବର ୧୩ , ୧୯୭୨ ଏକ ବିମାନ ଉରୁଗୁଏ ଜାତୀୟ ରଗବୀ ଦଳକୁ ନେଇ ଯାତ୍ରା ଆରମ୍ଭ କରିଥିଲା । ଖରାପ ପାଗ ଯୋଗୁଁ ଏହା ଆଣ୍ଡେସ୍ ପର୍ବତମାଳାରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବଞ୍ଚିଥିବା ଲୋକମାନେ ମୃତଯାତ୍ରୀଙ୍କ ମାଂସ ଖାଇ ନିଜକୁ ରକ୍ଷା କରିଥିଲେ । ବର୍ତ୍ତମାନ ଏହି ଦୁର୍ଘଟଣାରୁ ବଞ୍ଚିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ମନୁଷ୍ୟ ମାଂସ ଖାଇବାରେ ତାଙ୍କର କୌଣସି ଅନୁତାପ ନାହିଁ ।
ନିକଟରେ ଏବେ Netflix ରେ ଏକ ଫିଲ୍ମ ରିଲିଜ୍ ହେଇଛି । “Society of the Snow” । ଚଳଚିତ୍ରଟି ଏକ ସତ୍ୟ ଘଟଣା ଉପରେ ଆଧାରିତ ଅଟେ । ସତୁରୀ ଦଶକର କଥା । ଉରୁଗୁଏର ରଗବୀ ଟିମ ଖେଳିବା ପାଇଁ ଅନ୍ୟ ଦେଶକୁ ବିମାନରେ ଯାତ୍ରା କରୁଥିଲେ । ଖରାପ ପାଗ ହେତୁ ବିମାନଟି ପର୍ବତମାଳାରେ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହେଇଥିଲା । କିଛି ଯାତ୍ରୀଙ୍କର ମୃତ୍ଯୁ ଘଟିଥିଲା ଆଉ କିଛି ଯାତ୍ରୀ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ । ସାହାଜ୍ୟ ଆସି ପହଞ୍ଚିବାରେ ବିଳମ୍ବ ହେବାରୁ ସେମାନେ ଭୋକ ବିକଳରେ ମୃତ ସହଯାତ୍ରୀ ମାନଙ୍କର ମାଂସ ଖାଇ ଜୀବନ ବଞ୍ଚାଇଥିଲେ । ବଞ୍ଚି ଯାଇଥିବା ସେହି ବିମାନ ଯାତ୍ରୀ ମାନଙ୍କ ମଧ୍ୟରୁ ଜଣେ ଏବେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେତେବେଳେ ମନୁଷ୍ୟ ମାଂସ ଖାଇବାକୁ ନେଇ ତାଙ୍କର କୌଣସି ଅନୁଶୋଚନା ନାହିଁ ।
ବଞ୍ଚିବା ପାଇଁ ଜଣେ ମଣିଷ ଅନ୍ୟ ମଣିଷର ମାଂସ ଖାଇପାରେ କି ? ଆପଣ ଏହାକୁ ଅତ୍ୟନ୍ତ ନୃଶଂସ ବିଷୟ କହିପାରନ୍ତି, କିନ୍ତୁ ଯେତେବେଳେ ଏହା ଜଣଙ୍କର ଜୀବନ ମରଣ ସହିତ ଜଡ଼ିତ ଥାଏ ତେବେ ଏହା ଏକ ବିତର୍କର ବିଷୟ ହେଇପାରେ ଯେ ‘ ଜଣେ ବଞ୍ଚିବା ପାଇଁ ମଣିଷ ମାଂସ ଖାଇ ପାରିବ ନା ନାହିଁ”? ହୁଏତ ଜଣେ ନିଜ ଜୀବନ ବଞ୍ଚାଇବା ପାଇଁ ମଣିଷ ମାଂସ ଖାଇବାକୁ ପଛଘୁଞ୍ଚା ଦେବ ନାହିଁ । ଏହା ବୋଧହୁଏ ସେହି ଲୋକ ଠିକ କହିପାରିବ ଯିଏ ଏଭଳି ପରିସ୍ଥିତିରୁ ବଂଚିକି ଆସିଛି ।
ଅକ୍ଟୋବର ୧୩ , ୧୯୭୨ ରେ ଏପରି ଏକ ଦୁର୍ଘଟଣା ଘଟିଥିଲା । ଯେତେବେଳେ ଏକ ଉରୁଗୁଏର ଏକ ବିମାନ ଆଣ୍ଡେସ ପର୍ବତମାଳା ମଧ୍ୟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ସେହି ସମୟ ମଧ୍ୟରେ, ଦୁର୍ଘଟଣାରୁ ବଞ୍ଚିଥିବା ଲୋକଙ୍କୁ ସେହି ତୁଷାର ପାହାଡରେ ୭୨ ଦିନ ବିନା ଖାଦ୍ୟରେ ରହିବାକୁ ପଡିଥିଲା । ଏହି ଦୁର୍ଘଟଣା ଇତିହାସରେ ‘ଚମତ୍କାର ଆଣ୍ଡେସ୍’ ଏବଂ ‘ଆଣ୍ଡେସ୍ ଫ୍ଲାଇଟ୍ ବିପର୍ଯ୍ୟୟ’ ଭାବରେ ପ୍ରସିଦ୍ଧ । ଏହି ସମୟ ମଧ୍ୟରେ, ୧୬ ଜଣ ବ୍ୟକ୍ତି ବହୁତ କଷ୍ଟରେ ନିଜ ଜୀବନ ରକ୍ଷା କରିପାରିଥିଲେ । ନିଜକୁ ବଞ୍ଚାଇବା ପାଇଁ ସେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହ ମଧ୍ୟ ଖାଇଥିଲେ । ବର୍ତ୍ତମାନ ଏହି ଦୁର୍ଘଟଣାରୁ ବଞ୍ଚିଥିବା ୭୦ ବର୍ଷିୟ ରୋବର୍ଟ କାନେସା ଏହି ଦୁର୍ଘଟଣା ସମ୍ପର୍କରେ ନିଜର ମତ ରଖିଛନ୍ତି । ରବର୍ଟ କାନେସା କହିଛନ୍ତି ଯେ ମୃତ ଶରୀରକୁ ଖାଇବା ନିଷ୍ପତି ଏତେ ସହଜ ନଥିଲା, କିନ୍ତୁ ଆମ ପାଖେ ଅନ୍ୟ କୌଣସି ବିକଳ୍ପ ବି ନଥିଲା । ସେ କହିଛନ୍ତି, ‘ଯଦି ମୁଁ ସେହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥାନ୍ତି, ତେବେ ଅନ୍ୟମାନେ ମଧ୍ୟ ମୋ ଶରୀର ଖାଇ ନିଜକୁ ବଞ୍ଚାଇବାକୁ ଚାହିଁଥାନ୍ତେ ।
ଡେଲି ମେଲ ସହ କଥାବାର୍ତ୍ତା ବେଳେ କାନେସା କହିଛନ୍ତି ଯେ ମୁଁ ନିଜକୁ ବଞ୍ଚାଇବାର ରାସ୍ତା ବାଛିଛି ଏବଂ ମୁଁ ଗର୍ବିତ ମୁଁ ସେହି ସମୟରେ କ’ଣ କରିଥିଲି କାନେସା ମଧ୍ୟ ତାଙ୍କ ପୁସ୍ତକରେ ଏହି ସମ୍ପୂର୍ଣ୍ଣ ଦୁର୍ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଥିଲେ ଯେ ଆମେ ଦୀର୍ଘ ଦିନ ଧରି ଭୋକ ଯନ୍ତ୍ରଣା ସହିଥିଲୁ । ମୁଁ ବରଫ ଭିତରକୁ ଯାଇ ଭଗବାନଙ୍କ ମାର୍ଗଦର୍ଶନ ପାଇଁ ପ୍ରାର୍ଥନା କଲି । ଦୁର୍ଘଟଣା ସମୟରେ କାନେସା ଜଣେ ଡାକ୍ତରୀ ଛାତ୍ର ଥିଲେ। ସେ ହିଁ ଅନ୍ୟ ଲୋକଙ୍କୁ ମୃତଦେହ ଖାଇ ଜୀବିତ ରହିବାକୁ କହିଥିଲେ। କାନେସା ଆହୁରି ମଧ୍ୟ କହିଛନ୍ତି ଯେ ମାନବ ମାଂସ ଖାଇବାର କଳ୍ପନା ସମ୍ପୂର୍ଣ୍ଣ ଭୟଙ୍କର ଥିଲା । ଏହା ପୂର୍ବରୁ ଟାଇମ୍ସ ସହ କଥାବାର୍ତ୍ତା ବେଳେ ଅନ୍ୟ ଜଣେ ବଞ୍ଚିଥିବା ରାମନ୍ ସାବେଲା କହିଥିଲେ ଯେ ଏହାକୁ ପାଟିରେ ରଖିବା ବହୁତ କଷ୍ଟକର ଥିଲା କିନ୍ତୁ ଆମ ପାଖେ ଅନ୍ୟ କୌଣସି ବିକଳ୍ପ ନଥିଲା । ଆମେ ବାଧ୍ୟ ହେଇଥିଲୁ ।
ଏହି ଦୁର୍ଘଟଣା କିପରି ହେଇଥିଲା ?
୧୯୭୨ ମସିହାରେ, ଅର୍ଥାତ୍ ୫୨ ବର୍ଷ ପୂର୍ବେ, ଉରୁଗୁଏ ବାୟୁସେନା ବିମାନ ସେମାନଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ରଗବୀ ଦଳର ଖେଳାଳି ଏବଂ ଅଧିକାରୀମାନଙ୍କୁ ନେଇ ଆଣ୍ଡାମାନ ପର୍ବତ ଦେଇ ଯାଉଥିଲା । ବିମାନରେ ସମୁଦାୟ ୪୫ ଜଣ ଯାତ୍ରୀ ଥିଲେ। ବିମାନଟି ଉଡ଼ିବାର କିଛି ସମୟ ପରେ ପାଗ ଖରାପ ହେବାକୁ ଲାଗିଲା । ଏହି କାରଣରୁ ପାଇଲଟ ତୁଷାରପାତ ପର୍ବତକୁ ଦେଖିପାରିଲେ ନାହିଁ ଏବଂ ୧୪ ହଜାର ଫୁଟ ଉଚ୍ଚରେ ଉଡ଼ୁଥିବା ବିମାନଟି ସିଧାସଳଖ ଆଣ୍ଡାମାନ ପର୍ବତ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ପରେ ବିମାନରେ ଥିବା ଅଧିକାଂଶ ଲୋକଙ୍କର ମୃତ୍ୟୁ ଘଟିଥିଲା, କେବଳ ୨୭ ଜଣ ଜୀବିତ ରହିଥିଲେ। ବଞ୍ଚିଥିବା ଲୋକମାନେ ବଞ୍ଚିବାର କୌଣସି କୌଣସି ଆଶା ଦେଖିବାକୁ ପାଇ ନଥିଲେ। ଏଭଳି ପରିସ୍ଥିତିରେ ରଗବୀ ଦଳର ଦୁଇ ଖେଳାଳି ନନ୍ଦୋ ପାରାଡୋ ଏବଂ ରୋବର୍ଟ କାନେସା ହାର ମାନିନଥିଲେ । ଜୀବନ୍ତ ରହିବାକୁ ଏହି ଉତ୍ସାହ ହେତୁ ସେ କେବଳ ନିଜକୁ ବଞ୍ଚାଇ ନଥିଲେ ବରଂ ଅନ୍ୟ ୧୪ ଜଣଙ୍କୁ ବଞ୍ଚାଇବାରେ ମଧ୍ୟ ସଫଳ ହୋଇଥିଲେ ।
୭୨ ଦିନର ସଂଘର୍ଷ, ପୁନର୍ବାର ଜୀବଦାନ
ବିମାନ ଦୁର୍ଘଟଣାରୁ ମୋଟ ୨୭ ଜଣ ବଞ୍ଚିଥିଲେ ମଧ୍ୟ ପର ସମୟରେ ୧୧ ଜଣ ଧୀରେ ଧୀରେ ମୃତ୍ୟୁ ବରଣ କରିଥିଲେ । କେବଳ ୧୬ ଣ ଲୋକ ବାକି ରହି ଥିଲେ । ସମସ୍ତେ ମୃତ୍ୟୁକୁ ଅପେକ୍ଷା କରିଥିଲେ। ଏଭଳି ପରିସ୍ଥିତିରେ ନନ୍ଦୋ ପାରାଡୋ ଏବଂ ରୋବର୍ଟ କାନେସା ସହାୟତା ସନ୍ଧାନରେ ବାହାରିଥିଲେ । ଦୁର୍ବଳ ହେବା ସତ୍ତ୍ୱେ ସେ ଆଶ୍ଚର୍ଯ୍ୟଜନକ ସାହସ ଦେଖାଇ ୧୨ ଦିନ ଚାଲି ଚାଲି ଚିଲିର ଜନବହୁଳ ଅଞ୍ଚଳରେ ପହଞ୍ଚିଥିଲେ । ଯେଉଁଠାରେ ଉଭୟେ ସେମାନଙ୍କ ସାଥୀଙ୍କ ଅବସ୍ଥାନ ବିଷୟରେ ଉଦ୍ଧାରକାରୀ ଦଳକୁ ସୂଚନା ଦେଇଥିଲେ । ସେମାନକ ସୂଚନା ଆଧାରରେ ଅବଶିଷ୍ଟ ବଞ୍ଚିଥିବା ଲୋକଙ୍କୁ ମଧ୍ୟ ସୂଚୀତ ସ୍ଥାନରୁ ଜୀବନ୍ତ ଉଦ୍ଧାର କରାଯାଇଥିଲା । ଏହିପରି, ଏହି ଦୁଇ ଖେଳାଳି, ସେମାନଙ୍କ ଜୀବନ ବଞ୍ଚାଇବା ସହିତ, ନିଜ ସାଥୀମାନଙ୍କ ଜୀବନ ମଧ୍ୟ ବଞ୍ଚାଇ ପାରିଥିଲେ ।