ପୁଣି ଖାକିରେ ଦୁର୍ନୀତିର ଦାଗ। ଲାଞ୍ଚ ନେଇ ଧରାପଡିଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ

Advertisment
ପୁଣି ଖାକିରେ ଦୁର୍ନୀତିର ଦାଗ। ଲାଞ୍ଚ ନେଇ ଧରାପଡିଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ

କନକ ବ୍ୟୁରୋ: ପୁଣି ଖାକିରେ ଦୁର୍ନୀତିର ଦାଗ । ଲାଞ୍ଚ ନେଇ ଧରାପଡିଛନ୍ତି ଥାନା ଅଧିକାରୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାର ଆଇଆଇସି ପୁଷ୍ପଲତା ରାଉତରାୟ ଧରାପଡିଛନ୍ତି । ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଥାନା ଅଧିକାରୀଙ୍କୁ ଧରିଛନ୍ତି ଭିଜିଲାନ୍ସ ଅଧିକାରୀ ।

ଜବତ ବାଲି ବୋଝେଇ ଗାଡିକୁ ଛାଡିବା ପାଇଁ ଆଇଆଇସି ଲାଞ୍ଚ ନେଉଥିବା ଖବର ପାଇ ଚଢାଉ କରିଥିଲେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ । ଗତ ଦୁଇ ଦିନ ତଳେ ବାଲେଶ୍ୱରରୁ ଦୁଇ ଜଣ ପୁଲିସ ଅଧିକାରୀ ଗିରଫ ହୋଇଥିଲେ । ମଦ ମାଫିଆଙ୍କ ଠାରୁ ୫୦ ଜହାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ ଚାନ୍ଦିପୁର ଥାନା ଆଇଆଇସି ଓ ଏଏସଆଇ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe