କନକ ବ୍ୟୁରୋ: ପୁଣି ଖାକିରେ ଦୁର୍ନୀତିର ଦାଗ । ଲାଞ୍ଚ ନେଇ ଧରାପଡିଛନ୍ତି ଥାନା ଅଧିକାରୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାର ଆଇଆଇସି ପୁଷ୍ପଲତା ରାଉତରାୟ ଧରାପଡିଛନ୍ତି । ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଥାନା ଅଧିକାରୀଙ୍କୁ ଧରିଛନ୍ତି ଭିଜିଲାନ୍ସ ଅଧିକାରୀ ।
ଜବତ ବାଲି ବୋଝେଇ ଗାଡିକୁ ଛାଡିବା ପାଇଁ ଆଇଆଇସି ଲାଞ୍ଚ ନେଉଥିବା ଖବର ପାଇ ଚଢାଉ କରିଥିଲେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ । ଗତ ଦୁଇ ଦିନ ତଳେ ବାଲେଶ୍ୱରରୁ ଦୁଇ ଜଣ ପୁଲିସ ଅଧିକାରୀ ଗିରଫ ହୋଇଥିଲେ । ମଦ ମାଫିଆଙ୍କ ଠାରୁ ୫୦ ଜହାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ ଚାନ୍ଦିପୁର ଥାନା ଆଇଆଇସି ଓ ଏଏସଆଇ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/13-5.jpg)