କନକ ବ୍ୟୁରୋ: ସଂଘର୍ଷ, ପରିଶ୍ରମ ଓ ନିଷ୍ଠା ସଲମାଙ୍କୁ ଆଣିଦେଇଛି ସଫଳତା । ସର୍ବଭାରତୀୟ ଆଡଭୋକେଟ୍ ପରୀକ୍ଷାରେ ରାଜ୍ୟର ପ୍ରଥମ କିନ୍ନର ଆଇନଜୀବୀ ଭାବେ କୃତକାର୍ଯ୍ୟ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ରୋଏଡା ଗାଁର କିନ୍ନର ସଲମାଙ୍କ ଏହି ସଫଳତା ତାଙ୍କୁ ରାଜ୍ୟରେ କିନ୍ନରଙ୍କ ରୋଲ ମଡେଲ କରିଦେଇଛି । ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଖୁସି ଜାହିର କରିଛନ୍ତି ସଲମା । ଲୋକଙ୍କ ଭଲ ପାଇବା ହିଁ ତାଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଉଥିବା କହିଛନ୍ତି ସଲମା ।

Kanak News is now on WhatsApp
Join and get latest news updates delivered to you via WhatsApp
ସଲମା ଆଇନଜୀବୀ ଭାବେ ବାର କାଉନସିଲରୁ ଲାଇସେନ୍ସ ପାଇବା ପରଠୁ ବଡବିଲ ଜେଏମଏଫସି କୋର୍ଟରେ ପେଷାଦାର ଆଇନଜୀବୀ ଭାବେ କାମ କରୁଛନ୍ତି । ଆଉ ଏବେ ସେ ସମଗ୍ର ଦେଶରେ ଆଇନଜୀବୀ ଭାବେ ପରିଚୟ ହାସଲ କରିପାରିଛନ୍ତି । ଏଣିକି ଦେଶର ଯେକୌଣସି ଅଦାଲତରେ ଆଇନଜୀବୀ ଭାବେ ମକଦ୍ଦମା ଲଢିପାରିବେ ସଲମା । ଅତ୍ୟନ୍ତ ଗରିବ ଓ ସଂଖ୍ୟାଲଘୁ ପରିବାରରେ ଜନ୍ମିତ ସଲମା ଦୃଢ ଇଚ୍ଛା ଶକ୍ତି ଓ ପାଠ ପଢିବାର ନିଶା କାରଣରୁ ସଫଳତା ହାସଲ କରିପାରିଛନ୍ତି ।
ସର୍ବଭାରତୀୟ ଆଡଭୋକେଟ୍ ପରୀକ୍ଷାରେ ସଫଳତା ସଲମା ଏବେ କେବଳ କେନ୍ଦୁଝର ନୁହେଁ ବରଂ ପୁରା ରାଜ୍ୟର କିନ୍ନର ମାନଙ୍କ ପାଇଁ ରୋଲ ମଡେଲ ପାଲଟିପାରିଛନ୍ତି ।