ପୁଣି ପରୀ ହତ୍ୟା ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ : ଏସଆଇଟି ତଦନ୍ତ ସମ୍ପର୍କରେ ସରକାରଙ୍କ ସ୍ପଷ୍ଟୀକରଣ ଦାବି କଲା କଂଗ୍ରେସ

ବିଜେପି କହିଲା ଇସ୍ତଫା ଦିଅନ୍ତୁ ମନ୍ତ୍ରୀ, ମାମଲାର ହେଉ ସିବିଆଇ ତଦନ୍ତ

81

କନକ ବ୍ୟୁରୋ : ପୁଣି ପରୀ ହତ୍ୟା ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ । ଆଜି ବିଧାନସଭା ଆରମ୍ଭରୁ ପରୀ ମୃତ୍ୟୁ ନେଇ ବିରୋଧୀ ହୋହାଲ୍ଲା କରିଥିଲେ । ଏସଆଇଟି ତଦନ୍ତ ନେଇ ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ହାଇକୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ଗଠନ କରିବାକୁ ଦାବି କରିଥିଲା କଂଗ୍ରେସ ।

ସେହିପରି ବିଜେପି ସଦସ୍ୟ ଗୃହରେ ବ୍ୟାନର ଦେଖାଇ ପ୍ରତିବାଦ କରିଥିଲେ । ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ବିଜେପି । ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ବିରୋଧୀ ଦଳ ନେତା ଗୃହରେ ଦାବି କରିଛନ୍ତି । ଏସଆଇଟି ତଦନ୍ତର ସ୍ୱଚ୍ଚତା ନେଇ ମଧ୍ୟ ବିଜେପି ପ୍ରଶ୍ନ ଉଠାଇଛି । ସେପଟେ ଏସଆଇଟି ତଦନ୍ତ ନେଇ ସ୍ପଷ୍ଟୋକ୍ତି ପ୍ରକାଶ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ।

ପରୀ ମୃତ୍ୟୁ ଘଟଣାରେ ଏସଆଇଟି ଗଠନ ନେଇ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । କୋର୍ଟ ମନିଟର ଏନଆଇଟି ଗଠନ ନେଇ ଖୁବ ଶୀଘ୍ର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିକ୍ରମ ଆରୁଖ ଗୃହରେ ବିବୃତି ରଖିଛନ୍ତି । ବିରୋଧୀଙ୍କ ହୋହାଲ୍ଲା ଯୋଗୁ ଗୃହକୁ ଅପରାହ୍ନ ୩ଟା ଯାଏ ମୂଲତବୀ ରଖିଛନ୍ତି ବାଚସ୍ପତି ।