ଭାଙ୍ଗିଗଲା ବିଶ୍ୱର ସବୁଠାରୁ ବଡ ଆଣ୍ଟେନା । ଏଲିଅନଙ୍କ ବାବଦରେ ଗବେଷଣା କେନ୍ଦ୍ରକୁ ଯୋଗାଉଥିଲା ତଥ୍ୟ

926

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ବଡ ଆଣ୍ଟେନା ବା ଟେଲିସ୍କୋପ ମଙ୍ଗଳବାର ବିଳମ୍ବିତ ରାତିରେ ଭାଙ୍ଗିଯାଇଥିବା ସୂଚନା ମିଳିଛି  । ଆଣ୍ଟେନା ଉପରେ ଟାୱାର ଓ କେବଲ ପଡିଯବା ଫଳରେ ଆଣ୍ଟେନାଟି ପ୍ରାୟ ୪୫୦ ଫୁଟ୍ ତଳକୁ ଗଳିପଡି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବା କୁହାଯାଇଛି । ବିଶ୍ୱର ସବୁଠାରୁ ବଡ ଏହି ଆଣ୍ଟେନାଟି ମହାକାଶରେ ଏଲିଅନଙ୍କ ସ୍ଥିତି ଓ ଗତିବିଧି ସଂପର୍କରେ ଗବେଷଣା କେନ୍ଦ୍ରକୁ ସୂଚନା ଦେଉଥିଲା । ଆଣ୍ଟେନାଟିର ଅବଜରଗେଟୋରୀଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଫଳରେ ଏଲିଅନ ଓ ଆଣ୍ଟିରଏଡ୍ସ ଉପରେ ମହାକାଶରୁ ଯେଉଁ ତଥ୍ୟ ସଂଗ୍ରହ କରାଯାଉଥିଲା ତାହା ଆଉ ହୋଇପାରିବ ନାହିଁ ।
ସୂଚାନା ଥାଉକି, ଏହି ଆଣ୍ଟେନାକୁ ନେଇ ଜେମ୍ସବଣ୍ଡ ସିରିଜ୍ ର ମୁଭି ଗୋଲଡେନ୍ ଆଇର ସୁଟିଂ କରାଯାଇଥିଲା । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ପଲୁଟୋ ରିକୋ ଆର୍ସିବୋ, ଅବଜରଭେଟୋରୀରେ ଏହି ଆଣ୍ଟେନା ଲଗାଯାଇଥିଲା। ଏହି ଆଣ୍ଟେନା ମାଧ୍ୟମରେ ମହାକାଶରୁ ଆସିଥିବା ବିପଦ ଓ ଏଲିଅନ୍ ବାବଦରେ ସାରା ବିଶ୍ୱର ବୈଜ୍ଞାନିକ ମାନଙ୍କୁ ସୂଚନା ପ୍ରଦାନ କରୁଥିଲା ।
ବିଶେଷ କରି ଏଲିଏନକୁ ନେଇ ସାରା ବିଶ୍ୱବାସୀ ଏବେ ବି ଅନ୍ଧାର ଘେରରେ ରହିଛନ୍ତି । ଏଲିଅନ୍ ବାବଦରେ କାହାରି ପାଖରେ କିଛି ଠୋସ୍ ପ୍ରମାଣ ନଥିବା ବେଳେ କେବଳ ଏହି ଆଣ୍ଟେନା ଦେଉଥିବା ସୂଚନାକୁ ନେଇ ବିଶ୍ୱର ବୈଜ୍ଞାନିକ ମାନେ ଏଲିଅନ୍ ଉପରେ ଗବେଷଣା ଚଳାଇଥିଲେ । ଏବେ ଏହି ଆଣ୍ଟେନା ଭାଙ୍ଗିଯିବା ପରେ ଏଲିଅନର ଗତି ଓ ସ୍ଥିତି ବିଶ୍ୱବାସୀଙ୍କ ପାଇଁ ଅନ୍ଧାରରେ ରହିଯିବା ଭଳି ମନେ ହେଉଛି ।