ଆଉ ମାତ୍ର କେଇ ଘଣ୍ଟାରେ ସରିବ ପ୍ରଚାର, ଶେଷ ଦିନରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ଓଲିଉଡ ଷ୍ଟାର ।

141

କନକବ୍ୟୁରୋ: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ସରୁଥିବା ବେଳେ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ସିନେ ତାରକା । ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ସତ୍ୟସାରଥୀ ମହାନ୍ତିଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେପି ନେତା ତଥା ଓଲିଉଡ୍ ଷ୍ଟାର ଅନୁଭବ ମହାନ୍ତି ଓ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ । ପ୍ରଚାର ବେଳେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଅପିଲ କରିଛନ୍ତି ଅନୁଭବ ।

ଏହାସହ ରାଜ୍ୟ ଓ ଦେଶରେ ବିଜେପି ସରକାର ଗଠନ କରିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ଅନୁଭବ ଓ ବିପ୍ଳବ ଦେବ ।ସେପଟେ ଯାଜପୁର ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ବିଜେଡି ବିଧାୟକ ପ୍ରାର୍ଥି ପ୍ରଣବ ବଳବନ୍ତରାୟଙ୍କ ହାଇ-ଭୋଲଟେଜ ପ୍ରଚାର ଦେଖିବାକୁ ମିଳିଛି । ଓଲିଉଡ ଷ୍ଟାର ସମ୍ବିତ ଓ ଲିପ୍ସାଙ୍କୁ ନେଇ ପ୍ରଚାର କରିଛନ୍ତି ପ୍ରଣବ । ବିଜେଡି ଯୁବଛାତ୍ର ସଙ୍ଗଠନ ପକ୍ଷରୁ ଆୟୋଜିତ ରୋଡ ସୋରେ ଶାନ୍ତିବଜାର ଠାରୁ ନୂଆଗାଁ ଯାଏ

ଏକ ଶେଭାଯାତ୍ରାରେ ସମ୍ବିତ ଓ ଲିପସା ବିଜେଡି ପ୍ରାର୍ଥୀ ପ୍ରଣବଙ୍କୁ ଶଙ୍ଖ ଚହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି । ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ବିଜେଡି ଯୁବ ଛାତ୍ର କର୍ମକର୍ତା ଓ ସମର୍ଥକ ଯୋଗ ଦେଇଥିଲେ । ଭୋଟରଙ୍କ ସମର୍ଥନ ହାତେଇବାକୁ କୋରେଇରେ କସର ଚଳାଇଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସନାୟକ । ଆକାଶଙ୍କ ସମର୍ଥନରେ ପ୍ରଚାର କରିଛନ୍ତି ବିଜେପିର ଦିଗପହଣ୍ଡି ପ୍ରାର୍ଥୀ ତଥା ଷ୍ଟାର ପ୍ରଚାରକ ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତା ବୁଲୁ ଦାସ । ବ୍ୟାସନଗର ପୌରାଂଚଳ କାଳୀ ମେଳଣ ପଡ଼ିଆରୁ ଶହ ଶହ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରିି ମାରାଥନ ପ୍ରଚାର କରିଛନ୍ତି ।