ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି : ରାଜ୍ୟସଭା ଟିଭି ଉପସ୍ଥାପିକା ଜାଗ୍ରୁତି ଶୁକ୍ଳାଙ୍କ ସହ ଚା ପିଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ

Advertisment
ବର୍ଷା-ଅନୁଭବ ବିବାଦ ଭିତରେ ଜାଗୃତି ଶୁକ୍ଳାଙ୍କ ଫଟୋକୁ ନେଇ ବଢ଼ିଲା ଚର୍ଚ୍ଚା । ଜାଗୃତିଙ୍କୁ ଜଣେ ଉତ୍ତମ ଓ ବିପଦ ବେଳର ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି ଅନୁଭବ ।

କନକ ବ୍ୟୁରୋ : କିଛି ଦିନର ନିରବତା ପରେ ଏବେ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ବାନ୍ଧବୀ ଜାଗ୍ରୁତି ଶୁକ୍ଳାଙ୍କ ବନ୍ଧୁ ଅଶ୍ୱିନୀ ଦୁବେଙ୍କ ସହ ସାକ୍ଷାତ ବେଳର ଫଟୋକୁ ଅନୁଭବ ନିଜ ଫେସବୁକ୍ ପେଜରେ ସେୟାର କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି । ଯାହାକି ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

publive-image

ଏହି ପୋଷ୍ଟରେ ଅନୁଭବ ଅଶ୍ୱିନୀ ଦୁବେଙ୍କୁ ଜନ୍ମଦିନର ଶୁଭେଛା ଜଣାଇବା ସହ ତାଙ୍କର ମଙ୍ଗଳା କାମନା କରିଛନ୍ତି । ଏଥିସହ ବାନ୍ଧବୀ ଜାଗ୍ରୁତିିଙ୍କୁ ପ୍ରକୃତ ବନ୍ଧୁ ବୋଲି ଦର୍ଶାଇ ଢ଼େର ସାରା ପ୍ରଶଂସା କରିଛନ୍ତି । କିଛି ଦିନ ପୂର୍ବେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ରହିବାକୁ ଚାହୁଁନଥିବା କହି ଦିଲ୍ଲୀ କୋର୍ଟରେ ଛାଡ ପତ୍ର ପାଇଁ ଆବେଦନ କରିଥିଲେ ଅନୁଭବ ।

ସେତେବେଳେ ମଧ୍ୟ ଜାଗୃତିଙ୍କ ସହ ଅନୁଭବଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା । ଅନୁଭବଙ୍କ ଏହି ପୋଷ୍ଟ ପୁଣି ଥରେ ସେହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଏବଂ ଜାଗ୍ରୁତିଙ୍କ ସହ ଅନୁଭବଙ୍କର ଘନିଷ୍ଠ ବନ୍ଧୁତ୍ୱ ଥିବା ସ୍ପଷ୍ଟ ହୋଇଛି । ରାଜ୍ୟସଭା ଟିଭିର ଉପସ୍ଥାପିକା ହେଉଛନ୍ତି ଜାଗ୍ରୁତି ଶୁକ୍ଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe