କନକ ବ୍ୟୁରୋ: ଆଉ କିଛି ସମୟ ପରେ ମହାପ୍ରଭୁ ଆଡପମଣ୍ଡପକୁ ବିଜେ କରିବେ। ଆଜି ରଥ ଉପରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ସରିବା ପରେ ଆରମ୍ଭ ହେବ ପହଣ୍ଡି ବିଜେ। ସକାଳୁ ରଥାରୂଢ ଶ୍ରୀବିଗ୍ରହଙ୍କ ମଙ୍ଗଳ ଆଳତୀ ପରେ ଅନ୍ୟାନ୍ୟ ନୀତି ବଢିଥିଲା । ସଂଧ୍ୟାଧୂପ ପରେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେବ ।
ଗତକାଲି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ବାହୁଡି ଆସିଛନ୍ତି ଦାରୁ ଦେବତା । ତିନିରଥ ଗୁଣ୍ଡିଚା ମନ୍ଦିରରେ ଲାଗିବା ପରେ ରଥ ଉପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବଢିଥିଲା, ଗତକାଲି ରାତିରେ ମହାପ୍ରଭୁଙ୍କୁ ପହୁଡ କରାଯାଇଥିଲା । ଆଜି ସକାଳେ ତିନିରଥରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଅନୁଷ୍ଠିତ ହୋଇଥିଲା । ଏହାପରେ ମଇଲମ,ତଡପଲାଗି, ଅବକାଶ, ବେଶ ଶେଷ ,ଗୋପାଳବଲ୍ଲଭ, ସକାଳଧୂପ, ମଧ୍ୟାହ୍ନଧୂପ ଶେଷ ହୋଇଛି । ଆଉ କିଛି ସମୟ ପରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ଓ ସଂଧ୍ୟା ଆଳତୀ ବଢିବା ପରେ ପହଣ୍ଡି ଆରମ୍ଭ ହେବାକୁ ସ୍ଥିର କରାଯାଇଛି । ସେଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/9-13-750x430-1.jpg)