କାର୍ତ୍ତିକ ମାସରେ ବ୍ରହ୍ମପୁରରୁ ଆସିଲା ଅଲୌକିକ ଦୃଶ୍ୟ : ମାଟି ଖୋଳୁ ଖୋଳୁ ହଠାତ୍ ବାହାରିଲା ଶିବଲିଙ୍ଗ; ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ହୋଇଥିଲା ସ୍ୱପ୍ନାଦେଶ

2,284

କନକ ବ୍ୟୁରୋ : ପବିତ୍ର କାର୍ତ୍ତିକ ମଙ୍କସର ସୋମବାରରେ ଏକ ଅଲୋକୀକ ଘଟଣା ଦେଖିବାକୁ ମିଳିଛି । ମାଟି ଖୋଳୁ ଖୋଳୁ ହଠାତ୍ ଶିବଲିଙ୍ଗ ଆବିର୍ଭାବ ହୋଇଛି । ଛତ୍ରପୁର ବ୍ଲକ୍ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଚନ୍ଦ୍ରପଦା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏକ ପରିତ୍ୟକ୍ତ ଭାବେ ପଡିରହିଥିବା ପଡିଆରୁ ଶିବଲିଙ୍ଗ ଆର୍ବିଭାବ ହୋଇଛି ।

କିଛିଦିନ ତଳେ ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସ୍ୱପ୍ନାଦେଶ ହୋଇଥିିଲା ହେଲେ ଉକ୍ତ ବ୍ୟକ୍ତିଙ୍କର କଥାକୁ କେହି ବିଶ୍ୱାସ କରିନଥିଲେ । ହେଲେ ଉକ୍ତ ଜାଗାରେ ଚନ୍ଦନ ବାସ୍ନା ହେବାରୁ କିଛି ଯୁବକ ସେହି ଜାଗାକୁ ଖୋଳିବା ଆରମ୍ଭ କରିଥିଲେ । ଆଉ କିଛି ସମୟ ଖୋଳିବା ପରେ ହଠାତ୍ ଚନ୍ଦନ ପ୍ରଲୋପିତ ହୋଇଥିବା ଶିବଲିଙ୍ଗ ଆବିର୍ଭାବ ହୋଇଥିଲା । ପରେ ଏହାକୁ ଦେଖିବା ପାଇଁ ଗାଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।