ମହାନଦୀ ପଠାରେ ପୁରାତନ ପୋଥି । ଲେଖା ହୋଇଛି ରାମାୟଣ, ମହାଭାରତ ଓ ଭାଗବତ କଥା…

331

କନକ ବ୍ୟୁରୋ: ବାଙ୍କୀ ନିକଟସ୍ଥ ମହାନଦୀ ଅବବାହିକାରୁ ମିଳିଛି ପୁରାତନ ପୋଥିର ସନ୍ଧାନ । ନଦୀ ଗର୍ଭରୁ କିଛି ପୁରାତନ ପୋଥି ମିଳିଥିବା ବେଳେ ସେଥିରେ ରହିଛି ରାମାୟଣ, ମହାଭାରତ ଓ ଭାଗବତ ଗ୍ରନ୍ଥର ରଚନା ।

ତେବେ ଏହି ପୋଥି ପ୍ରାୟ ଦେଢ଼ଶହ ବର୍ଷ ତଳର ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏହାକୁ କେହି ବିସର୍ଜନ କରିଦେଇଥିବା କହିଛନ୍ତି ଐତିହ୍ୟ ବିଶେଷଜ୍ଞ । କଟକର ଏକ ଟିମ ମହାନଦୀ ପଠାକୁ ଯାଇ ଏହି ପୁରାତନ ପୋଥି ସଂଗ୍ରହ କରିବା ସହିତ ଗବେଷଣା ଆରମ୍ଭ କରଛନ୍ତି ।