କନକ ବ୍ୟୁରୋ: ସହର ଭିତରେ ନାଳନର୍ଦ୍ଦମା ନା’ ନାଳନର୍ଦ୍ଦମା ଭିତରେ ସହର । ପୁରୀର ଏସବୁ ଚିତ୍ର ଦେଖିଲେ, ଏଭଳି କିଛି ପ୍ରଶ୍ନ ଆସିବା ସ୍ୱାଭାବିକ । ଆଉ ଏସବୁ ଭିତରେ ପୁଣି ଅଭିଯୋଗ ଆସିଛି ଡାଇରିଆ ଜନିତ ମୃତ୍ୟୁ ଅଭିଯୋଗ । ଝାଡାବାନ୍ତିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆସିଥିବା ବେଳେ ଆକ୍ରାନ୍ତଙ୍କ ବଢ଼ିବାରେ ଲାଗିଛି । ପୁରୀର ବାସେଳିସାହି ଓ ଆଖପାଖ ଅଂଚଳରେ ଦୂଷିତ ପାଣି ପିଇ ଘରେ ଘରେ ଝାଡାବାନ୍ତି ବ୍ୟାପୁଥିବା ଅଭିଯୋଗ ହୋଇଛି ।
ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ତତ୍ପରତା ପ୍ରକାଶ ପାଇଛି । ବାସେଳିସାହି ମୌଜାର ୯୬୨ ଜଣଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି । ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି, ତଥ୍ୟ ସଂଗ୍ରହ କରୁଛନ୍ତି । ଏସବୁ ଭିତରେ ୧୦୦ରୁ ଅଧିକ ଲୋକ ଅସୁସ୍ଥ ଥିବା ବେଳେ ୪୦ରୁ ଅଧିକ ଲୋକ ଡାଇରିଆରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ।
ଡାଇରିଆ ରୋଗୀଙ୍କ ସଂଖ୍ୟାକୁ ଦେଖି ଜଳ ନମୂନା ସଂଗ୍ରହ କରାଯାଇଥିଲା । ତେବେ ରିପୋର୍ଟ ନେଗେଟିଭ୍ ଆସିଛି, ଯାହା ସାମାନ୍ୟ ଆଶ୍ୱସ୍ତ କରିଛି । ତେବେ ଦେଖିବାର କଥା, ପୁରୀର ଏହି ସ୍ଥିତି ନିୟନ୍ତ୍ରଣକୁ ଆସୁଛି କେବେ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/Screen-Shot-2022-12-18-at-8.06.19-PM.jpg)