“ସଟଲ ସ୍ମାର୍ସସ-୨୦୨୨”। ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ଆନ୍ତଃ ବିଜନେସ୍ ସ୍କୁଲ ଓପନ ଡୋର ବ୍ୟାଡମିଣ୍ଟନ ପ୍ରତିଯୋଗିତା।

“ସଟଲ ସ୍ମାର୍ସସ-୨୦୨୨”। ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ଆନ୍ତଃ ବିଜନେସ୍ ସ୍କୁଲ ଓପନ ଡୋର ବ୍ୟାଡମିଣ୍ଟନ ପ୍ରତିଯୋଗିତା।

କନକ ବ୍ୟୁରୋ: ଓଡ଼ିଶାର ଅଗ୍ରଣୀ ମ୍ୟାନେଜମେଣଟ ଶିକ୍ଷାନୁଷ୍ଟାନ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ଏକ ଆନ୍ତଃ ବିଜନେସ୍ ସ୍କୁଲ ଓପନ ଡ଼ୋର ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ସଟଲ ସ୍ମାର୍ସସ୍-୨୦୨୨” ଆୟୋଜିତ ହୋଇଯାଇଅଛି । ଶ୍ରୀ ପଂଚମୂଖୀ ଏଜୁକେଶନାଲ ଏବଂ ଚାରିଟେବଲ ଟ୍ରଷ୍ଟର ଚେୟାରମ୍ୟାନ ରୋଟାରିୟାନ ବିଜୟ କୁମାର ପାତ୍ର ଏହି ପ୍ରତିଯୋତାକୁ ଉଦଘାଟନ କରି ଏକ ସୁସ୍ଥ ସମାଜ ଗଠନରେ ଛାତ୍ରଛାତ୍ରୀ ମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ସଦା ସର୍ବଦା ଖେଳକୁଦ ଏକ ଛାତ୍ରର ମାନସିକ ଏବଂ ଶାରୀରିକ ଗଠନ ଦିଗରେ ଏକାନ୍ତ ଅପରିହାର୍ଯ୍ୟ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦ରୁ ଉର୍ଦ୍ଦ ମ୍ୟାନେଜମେଣଟ ଶିକ୍ଷାନୁଷ୍ଠାନର ଛାତ୍ରାଛ୍ରତ୍ରୀମାନେ ଯୋଗଦେଇଥିଲେ । ଦୁଇଦିନ ବ୍ୟାପି ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଏବଂ ମହିଳା ଡ଼ବଲସର ୧୦୦ରୁ ଉଦ୍ଧ୍ୱର୍ ଟିମ୍ ଭାଗନେଇଥିଲେ । ଛାତ୍ର ଛାତ୍ରୀଙ୍କ ବ୍ୟତିତ କର୍ପୋରେଟ କ୍ଷେତ୍ରରୁ ଜିପିଆଇଏଲ, ନାଲକୋ, ଆରବିଆଇ, ବିଓବି, କାନାଡ଼ା ବ୍ୟାଙ୍କ, ଆଦାନୀ, ପ୍ଲିପକାଟ, ଟାଟା ଷ୍ଟିଲ, ରିଲାଏନ୍ସ, ଯୁନାଇଟେଡ଼ ଇଂଜିନିୟର, ଏଲଆଇସି, ନିୟୁଜ ୧୮, ସମ୍ବାଦ, ସମ୍ବାଦ ଡ଼ିଜିଟାଲ, କନକ ନ୍ୟୁଜ, ଅଲଟ୍ରାଟେକ ସିମେଂଟ, ନାରାୟଣୀ ଚିକମେକ, ଅର୍ଗସ ନ୍ୟୁଜ, ହାଇଟେକ ଡ଼େଟାଂଲ କଲେଜ, ଇନଫୋସିସ, ବିଏନଏଫଏସ, ଏଚଡ଼ିବିଏଫଏସ, ଆଦିତ୍ୟ ଗ୍ରୁପ, ଏଜି ଅଫିସ, ଏନଏନଏସସିଇ, ୱାଇଏମସିଏ, ଇଷ୍ଟକୋଷ୍ଟ ରେଲୱେ, ଆଦିତ୍ୟ ବିର୍ଲ୍ଲା ଏବଂ ଆସ୍ଥା ସ୍କୁଲ ଅଫ ମେନେଜମେଣଟ ରୁ ୫୦ରୁ ଉଦ୍ଦ୍ୱର୍ ଟିମ୍ ଏହି ପ୍ରତିଯୋଗିତାରେ ଭାଗନେଇଥିଲେ ।

ପୁରୁଷ ବିଭାଗର ବିଜେତା ଏବଂ ଉପ ବିଜେତାଙ୍କୁ ଯଥାକ୍ରମେ ୧୦୦୦୦ ଓ ୫୦୦୦ ଟଙ୍କା ପୁରସ୍କାର ସହିତ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । ମହିଳା ବିଭାଗର ବିଜେତା ଏବଂ ଉପ ବିଜେତାଙ୍କୁ ଯଥାକ୍ରମେ ୭୦୦୦ ଓ ୩୦୦୦ ଟଙ୍କା ପୁରସ୍କାର ସହିତ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । କର୍ପୋରେଟ ବିଭାଗର ବିଜେତା ଏବଂ ଉପ ବିଜେତାଙ୍କୁ ଟ୍ରଫି ଏବଂ ମାନପତ୍ର ସହିତ ଅକର୍ଷଣୀୟ ପୁରସ୍କାରମାନ ପ୍ରଦାନ କରାଯାଇଥିଲା ସହଭାଗିତା ରୂପେ କର୍ପୋରେଟ ଜଗତର ସୁନାମଧନ୍ୟ କମ୍ପାନୀ ଯଥା ଜିପିଆଇଏଲ, ନାଲକୋ, ରାଇଟ ସିଣ୍ଡିକେଟ, ଓପୋ, ସ୍ପୋର୍ଟସ ବୁଟିକ, ମାଇକ୍ରୋ ଗାରମେଂଟ, ଅର୍ଗସ ନିଯୁଜ, ନିୟୁ ଇଣ୍ଡିଆନ ଏକ୍ସପ୍ରେସ ପରି ୨୦ରୁ ଉଦ୍ଧ୍ୱର୍ କମ୍ପାନି ଯୋଗଦେଇଥିଲେ । ପ୍ରାରମ୍ଭରେ ଡ଼ଃ ବଙ୍କିମ ମହାନ୍ତି, କାର୍ଯ୍ୟନିର୍ବାହି ନିର୍ଦ୍ଦେଶକ ଏବଂ ସଂପାଦକ ସ୍ୱାଗତ ଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଖେଳର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସୋମନାଥ ହଂସଦା, ସିଭିଓ, ନାଲକୋ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନଯାପନ କରିବାକୁ ପରାମର୍ଶ ଦେଇଥିଲେ । ଅଲମ୍ପିଆନ ଅନୁରାଧା ବିଶ୍ୱାଳ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ବୃତିଗତ ଶିକ୍ଷା କ୍ଷେତ୍ରରେ ଖେଳକୁଦର ବିଶେଷତ୍ୱ ବିଷୟରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ପ୍ରଫେସର ଡ଼ଃ ଶର୍ମିଲା ସୁବ୍ରମଣ୍ୟମ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାରେ ଭାଗ ନେଇଥିବାରୁ ସାଧୁବାଦ ଅର୍ପଣ କରିଥିଲେ । ଏହି ପ୍ରତିଯୋଗିତାକୁ ପ୍ରଫେସର ଜିନାଶିଷ ମହାନ୍ତି, ପ୍ରଫେସର ନନ୍ଦିତା ମହାପାତ୍ର ଏବଂ ଅଭିପ୍ସା ମିଶ୍ର ସୁଚାରୁ ରୂପେ ପରିଚାଲନା କରିଥିଲେ । ପ୍ରଫେସର ରୁପାଲି ପାଇକାରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe